November 28, 2026

ପିଏମଶ୍ରୀ ପିପୁଲ୍ସ ହାଇସ୍କୁଲରେ ବିଜ୍ଞାନ ମେଳା…..

IMG-20261126-WA0137
Share

ବୁଗୁଡ଼ା :ତା ୨୬/୧୧/୨୬ : ସ୍ଥାନୀୟ ପିଏମଶ୍ରୀ ପିପୁଲ୍ସ ହାଇସ୍କୁଲ ପକ୍ଷରୁ ସ୍ବପରିସରରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ପଧାନ ଶିକ୍ଷକ ଶଙ୍କର ଦାସଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଅତିଥି ଭାବେ ଏବିଇଓ କୃଷ୍ଣଚନ୍ଦ୍ର ବେହେରା ଓ ସିଆରସିସି କିରଣ ବାଳା ତ୍ରିପାଠୀ ଯୋଗ ଦେଇ କୁନି ବିଜ୍ଞାନୀଙ୍କୁ ମାର୍ଗ ଦର୍ଶନ ପୂର୍ବକ ଉତ୍ସାହିତ କରିଥିଲେ। ଉକ୍ତ ପ୍ରଦର୍ଶନୀରେ କନିଷ୍ଠ ବର୍ଗର ୫ଟି ଏବଂ ବରିଷ୍ଠ ବର୍ଗର ୨୧ଟି ହିସାବରେ ମୋଟ ୨୬ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା ବେଳେ ବିଚାରକ ଭାବେ ଶିକ୍ଷକ ସଂଗ୍ରାମ କେଶରୀ ନାୟକ ଓ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ପ୍ରଧାନ ପ୍ରମୁଖ ଯୋଗ ଦେଇ ସେଗୁଡିକର ମୂଲ୍ଯାୟନ କରି କୃତି ପ୍ରତିଯୋଗୀଙ୍କୁ ଚୟନ କରିଥିଲେ। ସେଥିରୁ ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗରୁ ପାଞ୍ଚଜଣ ଲେଖାଏଁ ଶିଶୁବିଜ୍ଞାନୀ ବ୍ଲକ ସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଥିଲା ବେଳେ ସେମାନଙ୍କୁ ପୁରସ୍କୃତ ଏବଂ ଅନ୍ୟମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଏ.ଲାପିରାଣୀ ଓ ଶିକ୍ଷକ ଶିବାନନ୍ଦ ସୁବୁଦ୍ଧି ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଏଥିରେ ବିଶ୍ବେଶ୍ବର ଗିରି, ସ୍ନେହଲତା ସାହୁ, ଉଷାରାଣୀ ସିଂ, ସୁଚିତ୍ରା ବିଷୋୟୀ, କାଳୀଚରଣ ମହାରଣା ଓ ରାକେଶ କୁମାର ପାତ୍ର ପ୍ରମୁଖ ଶିକ୍ଷକ-ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ।

You may have missed