November 27, 2026

ଶ୍ରୀ ଜଗନ୍ନାଥ ମହୋତ୍ସବ ର ତୃତୀୟ ସନ୍ଧ୍ୟାରେ ଯୋଗଦେଲେ ସାଂସଦ ଓ ବିଜେପି ନେତୃବୃନ୍ଦ

IMG-20261127-WA0157
Share

ତିର୍ତ୍ତୋଲ ତା 27/11/2026 ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲବ୍ଲକ, ତୁଳଙ୍ଗ ପଞ୍ଚାୟତ ଅଧିନ ନାଉଲ ସ୍ଥିତ ବାବା ଈଶାନେଶ୍ୱର ମହାଦେବ ଙ୍କ ମନ୍ଦିର ପ୍ରାଙ୍ଗଣରେ ଗତ ଶୁକ୍ରବାର ସନ୍ଧ୍ୟାରେ ଶ୍ରୀଜଗନ୍ନାଥ ମହୋତ୍ସବ ର ତୃତୀୟସନ୍ଧ୍ୟା ରେ, ଅନୁଷ୍ଠାନର ମାର୍ଗଦର୍ଶକ ତଥା ଧାରାବାହିକ ପ୍ରବକ୍ତା ଶ୍ରୀ ଜଗନ୍ନାଥ ସଂସ୍କୃତି ର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ସହିତ ସାଂସଦ ବିଭୂପ୍ରସାଦ ତରାଇ, ଜିଲ୍ଲା ବିଜେପି ର ସଭାପତି ପ୍ରତାପ କୁମାର ମିଶ୍ର ଓ ଯୁବନେତା ଆଶିଷ କୁମାର ଶତପଥୀ,ଓ ଜିଲ୍ଲା ସମ୍ପାଦିକା ପ୍ରମୁଖ ନେତୃବୃନ୍ଦ ମଞ୍ଚାସିନ ହୋଇ, ବେଦଧ୍ଵନି ମଧ୍ୟରେ ପ୍ରଦୀପ ପ୍ରଜ୍ବଳନକରି କାର୍ଯ୍ୟକ୍ରମ ର ଶୁଭଉଦଘାଟନ କରିଥିଲେ l ଏହି ଅବସରରେ ମହୋତ୍ସବପରିଚାଳନା କମିଟି ର ସଭାପତି ଦିବ୍ୟସୁନ୍ଦର ସାମଲ ଓ କର୍ମକର୍ତ୍ତା ମାନେ ମହାରାଜ ଙ୍କ ସମେତ ସମସ୍ତନିମନ୍ତ୍ରିତ ଅତିଥି ମାନଙ୍କୁ ମହାପ୍ରଭୁ ଙ୍କ ଖଣ୍ଡୁଆପାଟ ଓ ମାଲ୍ୟାର୍ପଣ କରିଥିଲେ l ମଞ୍ଚାସିନ ହେବାପୂର୍ବରୁ ଅତିଥିମାନେ ଜଗନ୍ନାଥ ଙ୍କ ଚବିଶ ବେଶ, ଛପନଭୋଗମଣ୍ଡପ ଓ ଜଗନ୍ନାଥ ପୁସ୍ତକ ମେଳା ପରିଦର୍ଶନ କରିଥିଲେ l ପ୍ରତିଦିନ ଭଳି, ଯଜ୍ଞଆହୁତି ପ୍ରଦାନ ଓ ଜଗନ୍ନାଥଷ୍ଟକ ପାଠ ପରେ ସ୍ଥାନୀୟ ଈଶାନେଶ୍ୱର ସଂକୀର୍ତ୍ତନ ମଣ୍ଡଳୀ ର ପଦ୍ମନାଭ ମହାନ୍ତି, ଦୟାନିଧି ରାଉତ, ଭଜହରୀ ରାଉତ, ସୁଦର୍ଶନ ମହାନ୍ତି, ରଘୁ ଦାସ, ରାଜକିଶୋର ସ୍ୱାଇଁ, ବୀଣାପାଣି ମହାନ୍ତି, ଅମ୍ବିକା ସ୍ୱାଇଁ, ରେଣୁବାଳା ମହାନ୍ତି, ମମତା ମହାନ୍ତି, ଉର୍ମିଳା ଗୋଛାୟତ, ପାର୍ବତୀ ମାତା ଓ ମେନକା ବିଶ୍ୱାଳ ପ୍ରମୁଖ ମହାମନ୍ତ୍ର ନାମସଂକୀର୍ତ୍ତନ କରି ପୀଠସ୍ଥଳି କୁ ପ୍ରକମ୍ପିତ କରିଥିଲେ l ଆଜିର ପ୍ରସଙ୍ଗ ଆରମ୍ଭକରି ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ବ୍ରହ୍ମାଙ୍କ ଦ୍ୱାରା ମର୍ତ୍ତ୍ୟବୈକୁଣ୍ଠ ପୁରୀ ଶ୍ରୀକ୍ଷେତ୍ର ରେ, ମହୋଦଧିକୂଳରେ ନୀଳପର୍ବତ, ନୀଳାଚଳ ଧାମ ର ଆବିଷ୍କାର ବିଷୟରେ ସ୍କନ୍ଧପୁରାଣ ବର୍ଣ୍ଣିତ ବହୁ ଅଜ୍ଞାତତଥ୍ୟ ର ଅବତାରଣା କରିଥିଲେ l ବିଶେଷକରି କେବଳ ଜଗନ୍ନାଥ ସଂସ୍କୃତି ହିଁ ସମଗ୍ର ମାନବସମାଜରେ ଶାନ୍ତି ମୈତ୍ରୀ ଓ ସଂହତି ପ୍ରତିଷ୍ଠା କରିପାରିବ ବୋଲି ସେ ଉଦାହରଣ ମାଧ୍ୟମରେ ବକ୍ତବ୍ୟ ପ୍ରଦାନ କରିଥିଲେ l ସମାଜ ସଂସ୍କାର ପାଇଁ ମଧ୍ୟ ବହୁଉପାଦେୟ ଉପଦେଶ ଓ ମାର୍ଗଦର୍ଶନ କରାଇ,ସେ ଉପସ୍ଥିତ ସହସ୍ରାଧିକ ଭଗବତପ୍ରେମୀ ଶ୍ରୋତାମାନଙ୍କୁ ଅନୁପ୍ରାଣିତ କରିଥିଲେ l ପଣ୍ଡିତ ବିଷ୍ଣୁନାରାୟଣ ପାଢ଼ୀ ଓ ପଣ୍ଡିତ ଦେବଦତ୍ତ ଦାଶ, ଶ୍ରୀ ଜୀୟୁ ମାନଙ୍କର ପୂଜାର୍ଚ୍ଚନା, ଆରତୀ ଓ ଶେଷରେ ଜୟଦେବ ଙ୍କ କୃତ ଗୀତିଗୋବିନ୍ଦ ଗାନ କରାଯାଇଥିଲା l ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଲେଖିକା ସୌଭାଗିନୀ ରାୟ ବାବାଜୀ ମହାରାଜ ଙ୍କୁ ମହାପ୍ରଭୁ ଙ୍କ ନୀଳଚକ୍ର ପତିତପାବନ ବାନା ଓ ମାଲ୍ୟାର୍ପଣ କଲାବେଳେ, ହରିବୋଲ ହୁଳହୁଳି ଧ୍ଵନିରେ ପୀଠସ୍ଥଳି ପ୍ରକମ୍ପିତ ହୋଇଉଠିଥିଲା l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed