ଅଲ ଓଡିଶା ଅଙ୍ଗନବାଡି ୱାର୍କର୍ସ ୟୁନିୟନ ପକ୍ଷରୁ ୭ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ
ହାଟଡିହି ତା ୨୫/୧୧(ମନମୋହନ ନାୟକ) : ଭାରତୀୟ ମଜଦୁର ସଙ୍ଘ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନବାଡି ୱାର୍କର୍ସ ୟୁନିୟନ ପକ୍ଷରୁ ୭ଦଫା ଦାବିରେ ଅଙ୍ଗନବାଡି କର୍ମୀ ଓ ସହାୟିକା ମାନେ ଆଜି ହାଟଡିହି ବ୍ଲକ କାର୍ଯ୍ୟାଳୟ ସମୁଖରେ ସେମାନଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବ୍ଲକ ସଭାପତି କନକ ଲତା ଜେନା, ସମ୍ପାଦିକା କନକ ଲତା ସାମଲ,ଭାରତୀୟ ମଜଦୁର ସଂଘର ବରିଷ୍ଠ ଉପଦେଷ୍ଟା କାମପାଳ ନାୟକ, ସତ୍ୟଭାମା ଖଟୁଆ, ମଞ୍ଜୁଲତା ବିଶ୍ୱାଳ, ପ୍ରମିଳା ଖଣ୍ଡେଇ, ଅବନୀ ବରାଳ, ଗାୟତ୍ରୀ ବେହେରା, ଅନୁପମା ପ୍ରଧାନ, ମିନତୀ ରାଉତ, ସରୋଜିନୀ ପାଢ଼ୀଙ୍କ ନେତୃତ୍ୱରେ ଆଜି ମଧ୍ୟାହ୍ନରେ ଶହ ଶହ ଅଙ୍ଗନବାଡି କର୍ମୀ ଓ ସହାୟିକା ଅଣା ଛକ ଠାରୁ ଏକ ବିରାଟ ପଟୁଆରରେ ହାଟଡିହି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ସରକାର ତୁରନ୍ତ ସେମାନଙ୍କ ଦାବି ଗୁଡିକ ପୂରଣ କରନ୍ତୁ ବୋଲି ଦାବି କରିଛନ୍ତି। ବିଶେଷ କରି ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଅଙ୍ଗନୱାଡି କର୍ମୀ ଓ ସହାୟିକାମାନଙ୍କୁ କର୍ମଚାରୀ ଭାବରେ ମାନ୍ୟତା ପ୍ରଦାନ କରାଯାଉ। ଯେପର୍ଯ୍ୟନ୍ତ କର୍ମଚାରୀ ର ମାନ୍ୟତା ପ୍ରଦାନ କରାନଯାଇଛି ସେପର୍ଯ୍ୟନ୍ତ ଅଙ୍ଗନୱାଡି କର୍ମୀଙ୍କୁ ମାସିକ ୩୦ହଜାର ଟଙ୍କା ଏବଂ ଏବଂ ସହାୟିକାଙ୍କୁ ମାସିକ ୧୫ ହଜାର ଟଙ୍କା ପାରିଶ୍ରମିକ ପ୍ରଦାନ କରାଯାଉ। ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ପ୍ରଦତ୍ତ ନିର୍ଦେଶ ଅନୁଯାୟୀ ସମସ୍ତ ଅଙ୍ଗନୱାଡି କର୍ମୀ ଓ ସହାୟିକା ମାନଙ୍କୁ ଗ୍ରାଚୁଇଟି ପ୍ରଦାନ କରାଯିବା ସହ ସୋସିଆଲ ସିକ୍ୟୁରିଟି ପାଇଁ ରିଟାୟାରମେଣ୍ଟ କାଳୀନ ଅନୁଗ୍ରହ ରାଶିକୁ ଅଙ୍ଗନୱାଡି କର୍ମୀମାନଙ୍କ ପାଇଁ ୧୦ ଲକ୍ଷ ଓ ସହାୟିକାମାନଙ୍କ ପାଇଁ ପାଞ୍ଚ ଲକ୍ଷ କରାଯାଉ । ଗତ ୨୦୨୪ ମସିହା ନିର୍ବାଚନ ଇସ୍ତାହାର ଅନୁଯାୟୀ, ଘୋଷଣା କରାଯାଇଥିବା ପାରିଶ୍ରମିକ ବୃଦ୍ଧି ତୁରନ୍ତ ପ୍ରଦାନ କରାଯାଉ। ଗତ ୨୦୨୪ ମସିହା ନିର୍ବାଚନ ଇସ୍ତାହାର ଅନୁଯାୟୀ, ଘୋଷଣା କରାଯାଇଥିବା ପାରିଶ୍ରମିକ ବୃଦ୍ଧି ତୁରନ୍ତ ପ୍ରଦାନ କରାଯାଉ। ଅଙ୍ଗନୱାଡି କର୍ମୀମାନଙ୍କ ପାଇଁ ସୁପରଭାଇଜର ପଦୋନ୍ନତି ପ୍ରକ୍ରିୟା ପ୍ରତିବର୍ଷ ନିୟମିତ ଭାବେ କରାଯିବା ସହିତ ସହାୟିକାମାନଙ୍କ ପଦୋନ୍ନତିରେ ବାଧକ ସାଜୁଥିବା ବୟସ ସୀମାକୁ ଉଛେଦ କରାଯିବା ଭଳି ୭ଦଫା ଦାବିରେ ଏହି ଆନ୍ଦୋଳନ କରାଯାଇଥିଲା। ଯଦି ସରକାର କୌଣସି ପଦକ୍ଷେପ ନ ନିଅନ୍ତି ତେବେ ବାଧ୍ୟହୋଇ ଛୁଟିରେ ଯାଇ ଆନ୍ଦୋଳନକୁ ତୀବ୍ରତର କରିବା ସହିତ ବିଧାନସଭା ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।
