November 13, 2026

ଏସିଡ଼ିଏସ ବୈଠକରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା

IMG-20261113-WA0057
Share

 

 

ହାଟଡିହି ତା ୧୩/୧୧(ମନମୋହନ ନାୟକ) : କେନ୍ଦୁଝର ଜିଲା ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) କୁମାର ନାଗଭୂଷଣଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ଏହି ବୈଠକରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରାଯାଇଥିଲା l ଉଭୟ ଆନନ୍ଦପୁର ଏବଂ ହାଟଡିହି ବ୍ଲକରେ ବିଭିନ୍ନ ପ୍ରକାରର ସରକାରୀ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ଅଗ୍ରଗତି ଏବଂ ସ୍ଥିତାବସ୍ଥା ଉପରେ ଆଲୋଚନା ହୋଇଥିଲା l ବୈଠକରେ ଆରଡ଼ି, ଆର.ଡବ୍ଲ୍ୟୁ.ଏସ.ଏସ, ମୁନିସିପାଲିଟି, ବୈତରଣୀ ଜଳସେଚନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ l ଏହି ବୈଠକରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠି, ଜିଲ୍ଲାପରିଷଦ ଉପାଧକ୍ଷ ସୋମନାଥ ଦାସ, ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ହାଟଡିହି ବିଡ଼ିଓ ରଞ୍ଜନ କୁମାର ପରିଡା, ଆନନ୍ଦପୁର ବିଡ଼ିଓ ମାନସ କୁମାର ମହାନ୍ତ, ସହକାରୀ ନିର୍ବାହୀ ଯନ୍ତ୍ରୀ ମୋନାଲିସା ନାୟକ, ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଆଶୁତୋଷ ସେଠୀ, ହାଟଡିହି ସହକାରୀ ଯନ୍ତ୍ରୀ ପ୍ରହ୍ଲାଦ ତରେଇ, ଆନନ୍ଦପୁର ସହକାରୀ ଯନ୍ତ୍ରୀ ପ୍ରିୟ ରଞ୍ଜନ ତିଆଡ଼ି, ଯନ୍ତ୍ରୀ ରଜତ କୁମାର ସେଠୀ, ଗ୍ରାମ୍ୟ ଜଳଯୋଗାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ମାନସ ରଞ୍ଜନ ପରିଡା, ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଧଡ଼ା, ଯନ୍ତ୍ରୀ ନିଲ କମଲ ରାଉତ, ରବୀନ୍ଦ୍ରନାଥ ସୋରେନ, ପ୍ରଫୁଲ୍ଲ ବେହେରା, ମଦନ ମୋହନ ବେହେରା, କ୍ଷେତ୍ରବାସୀ ମାରାଣ୍ଡି, ଆରତୀବାଳା ଧଳ, ପ୍ରେମାନନ୍ଦ ଚଇନି, ଧୀରେନ୍ଦ୍ର ମହାଳିକ ପ୍ରମୁଖଙ୍କ ସମେତ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l ସି ପି ସୁବ୍ରତ ନାୟକ, ଏସିପି ପ୍ରଶାନ୍ତ ସେଠି, ମୁଖ୍ୟ କିରାଣୀ ପ୍ରତାପ ବୈଠା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

You may have missed