November 13, 2026

କର୍ତ୍ତବ୍ୟ କରୁଥିବା ଅବସ୍ଥାରେ ସଡ଼କ ଦୁର୍ଘଟଣା ରେ ଚାଲିଗଲା ଜୀବନ

IMG-20261113-WA0059
Share

 

କର୍ତ୍ତବ୍ୟ କରୁଥିବା ଅବସ୍ଥାରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ ।କିନ୍ତୁ ମୃତ୍ୟୁ ପରେ ମଧ୍ୟ ସେ ଚକ୍ଷୁଦାନ କରି ସାରା ଦୁନିଆ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।ଆଜି ଅପରାହ୍ନରେ ପୁରୀରେ ପହଞ୍ଚିଥିଲା ଭଦ୍ରକ ବାସୁଦେବପୁରରେ ମର୍ମତୁନ୍ଦ ସଡ଼କ ଦୁର୍ଘଟଣାରେ ଶହୀଦ୍ ହୋଇଥିବା ମୃତ ହିମାଂଶୁ ରାୟ ଙ୍କ ମର ଶରୀର ।ପୁରୀ ପୋଲିସ ରିଜର୍ଭ ଅଫିସ୍ ରେ ଦିଆଯାଇଥିଲା ଗାର୍ଡ ଅଫ୍ ଅନର୍ ।ଝାରସୁଗୁଡ଼ାର ଏହି 22 ବର୍ଷୀୟ ଶହୀଦ୍ ଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ରିଜର୍ଭ ପୋଲିସ୍ ଅଫିସ ରେ ପୁରୀ ଏସପି ପ୍ରତୀକ ସିଂହଙ୍କ ସମେତ ଜିଲ୍ଲାର ସମସ୍ତ ପୋଲିସ୍ ଅଧିକାରୀ ,ପୋଲିସ ସହକର୍ମୀ ଉପସ୍ଥିତ ଥିଲେ।ରିଜର୍ଭ ପୋଲିସ ଲାଇନ୍ ପଡ଼ିଆରେ ସୃଷ୍ଟି ହୋଇଥିଲା ଏକ ଶୋକାକୁଳ ପରିବେଶ।ପୁରୀ ରିଜର୍ଭ ରେ କାର୍ଯ୍ୟ କରୁଥିବା ସମସ୍ତ କନେଷ୍ଟବଳ ,ହୋମଗାର୍ଡ ଙ୍କ ଆଖିରୁ ବାହାରି ଆସିଥିଲା ଲୁହ।ସମସ୍ତ ସହକର୍ମୀ ଶେଷ ଦର୍ଶନ କରିବା ସହ ମରଶରୀରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ନିଜେ ଏସପି ଓ ସିଟି ଡିଏସପି ମର ଶରୀରର କାନ୍ଧ ଦେଇଥିଲେ।ଏହା ଏକ ଭାବ ବିହ୍ୱଳ ପରିବେଶ ସୃଷ୍ଟି କରିଥିଲା।ଦୁର୍ଘଟଣାରେ ପ୍ରାଣ ହରାଇଥିବା ପୁରୀ ଜିଲ୍ଲା ପୋଲିସର କର୍ତ୍ତବ୍ୟନିଷ୍ଠ କନଷ୍ଟେବଳ ସ୍ୱର୍ଗତ ହିମାଂଶୁ ରାୟଙ୍କ ସ୍ମୃତିରେ ତାଙ୍କ ପରିବାରବର୍ଗ ମହତ୍ ଉଦ୍ଦେଶ୍ୟରେ ତାଙ୍କ ଚକ୍ଷୁଦାନ କରିଛନ୍ତି। ଏହି ମହତ୍ ନିଷ୍ପତ୍ତି ଦ୍ୱାରା ସେ ଅନ୍ୟମାନଙ୍କ ଜୀବନରେ ଆଲୋକ ଭରିବା ସହ ମୃତ୍ୟୁ ପରେ ମଧ୍ୟ ଅମର ହୋଇ ରହିବେ।ଏହାପରେ ତାଙ୍କ ପୈତୃକ ଗ୍ରାମ ଝାରସୁଗୁଡ଼ା ଅଭିମୁଖେ ତାଙ୍କ ମୃତ ଶରୀର କୁ ନିଆଯାଇଥିଆଲ।ଗତକାଲି ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ପୋଲିସ କର୍ମଚାରିଙ୍କ ମୃତ୍ୟୁ ଘଟିଥିଲ।ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ବିରସ ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ପୋଲିସ ଗାଡିକୁ ପଛ ପଟୁ ଧକ୍କା ଦେଇଥିଲା ଟ୍ରଲର। ପୁରୀ ଅସ୍ତରଙ୍ଗ ଥାନାରେ ରୁଜୁ ଏକ ମୋବାଇଲି ଚୋରି ମାମଲାରେ ଟ୍ରାକ କରିବା ପାଇଁ ଆସୁଥିବା ବେଳେ, ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା। ପୋଲିସ ଗାଡି ଭିତରେ ଚାଳକଙ୍କୁ ମିଶାଇ ମୋଟ ଚାରି ଜଣ ଥିଲେ। ଘଟଣାସ୍ଥଳରେ ଅଜୟ ବା ଙ୍କ ମୃତ୍ୟୁ ହୋଇଥିବା ବେଳେ, କଟକ ଏସସିବି ଟ୍ରମା କାଜୁଆଲଟିରେ ହିମାଂଶୁ ରାୟଙ୍କୁ ମୃତ ଘୋଷଣା କରିଥିଲା ଡାକ୍ତର। ଉଭୟ ମୃତ ଏ.ପି.ଆର୍ କନେଷ୍ଟବଳ କର୍ମଚାରି ଭାବରେ ୨୦୨୩ ମସିହାରେ ଚାକିରିରେ ଯୋଗ ଦେଇଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ