November 13, 2026

ଚେଳିତୋଳ ବାଲିଯାତ୍ରା ସିଲଭର ଜୁବିଲି ପାଇଁ ପ୍ରସ୍ତୁତି ବୈଠକ

IMG-20261113-WA0060
Share

 

ତିର୍ତ୍ତୋଲ ::-୧୩/୧୧- ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ପରିସରରେ ବୋଇତ ବନ୍ଦାଣ ଓ ଚେଳିତୋଳ ବାଲିଯାତ୍ରା ସିଲଭର ଜୁବିଲି ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ତିର୍ତ୍ତୋଲ ବିଧାୟକ ପ୍ରଫେସର ଡ଼ଃ. ରମାକାନ୍ତ ଭୋଇ, ବିଡ଼ିଓ ରାଜୀବ ଲୋଚନ ଦୀକ୍ଷିତ, ଅତିରିକ୍ତ ତହସିଲଦାର କଳ୍ପନା ତପସ୍ୱିନୀ ନାୟକ ପ୍ରମୁଖ ଯୋଗଦେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ l

ଏହି ବୈଠକରେ ତିର୍ତ୍ତୋଲ ବ୍ଲକ ଅଧୀନ ଗ୍ରାମୀଣ ପାନୀୟ ଜଳ ଯୋଗାଣ ଅଧିକାରୀ, ଟିପି ସିଓଡେଲ ର ଅଧିକାରୀ, ତିର୍ତ୍ତୋଲ ପୋଲିସ ପ୍ରଶାସନ, ଜଳସମ୍ପଦ ଅଧିକାରୀ, ଅଗ୍ନିଶମ ଅଧିକାରୀ, ଗ୍ରାମ୍ୟ ଉନ୍ନୟନ (ଆରଡି) ବିଭାଗ ଅଧିକାରୀ, ମଣିଜଙ୍ଗା ମେଡିକାଲ ଅଫିସରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ l ଏହି ବାଲିଯାତ୍ରା ସର୍ବଦଳୀୟ ବୈଠକରେ ପୂର୍ବରୁ କରାଯାଇ ଆସୁଥିବା ବେଳେ ଚଳିତ ବର୍ଷ କିଛି ବ୍ୟତିକ୍ରମ ଦେଖିବାକୁ ମିଳିଛି l ବିଜେଡି ର ପୂର୍ବତନ ବ୍ଲକ ସଭାପତି ତଥା ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ଗଙ୍ଗାଧର ବିଶ୍ୱାଳ ଏବଂ କଂଗ୍ରେସ ବ୍ଲକ ସଭାପତି ସଫି ଆଜମ୍, ନିଜନିଜର ପ୍ରତିକ୍ରିୟାରେ ଦର୍ଶାଇଛନ୍ତି ଯେ, ବାଲିଯାତ୍ରାକୁ ସେମାନେ ବିଧାୟକ ଙ୍କ ମନମାନି ପାଇଁ ବର୍ଜ୍ଜନ କରିଛନ୍ତି !ସେଥିପାଇଁ ବାଲିଯାତ୍ରା ର ପ୍ରସ୍ତୁତି ବୈଠକରେ ଫାଉଣ୍ଡର ମେମ୍ବର ମାନଙ୍କୁ ଦେଖିବାକୁ ମିଳିନଥିବା ବେଳେ, ବିଧାୟକ ଡଃ. ଭୋଇ ବାଲିଯାତ୍ରା କମିଟିର ଚଳିତ ବର୍ଷର ମେମ୍ବର ମାନଙ୍କ ସହିତ ଶିଶୁ ଅନନ୍ତ ଆଶ୍ରମ ଯାଇ ପଦ୍ମଶ୍ରୀ ବାବା ବଳିଆଙ୍କ ଆଶୀର୍ବାଦ ଓ ସହଯୋଗ କାମନା କରିଛନ୍ତି l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର