November 13, 2026

ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ,୨୦୨୬ ଏବଂ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ 

IMG-20261113-WA0056
Share

 

 

ତିର୍ତ୍ତୋଲ13/11- ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ତରଫ ରୁ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଏବଂ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମଣ୍ଡଳ ଉନ୍ନୟନ ଅଧିକାରୀ ରାଜୀବ ଲୋଚନ ଦୀକ୍ଷିତଙ୍କ ସଭାପତିତ୍ୱରେ ମୁଖ୍ୟ ଅଥିତି ଶିଳ୍ପ ଏବଂ ବୈଷୟକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ତିର୍ତ୍ତୋଲ ବିଧାୟକ ପ୍ରଫେସର ଡ଼ଃ. ରମାକାନ୍ତ ଭୋଇ, ଜ଼ିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଜଳଧର ପ୍ରଧାନ, ଜ଼ିଲ୍ଲା ମତ୍ସ୍ୟ ଅଧିକାରୀ ଅଜୟ କୁମାର ବସ୍ତିଆ, ବ୍ଲକ ଉପା ଅଧକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ୧ ଜୋନ ଜ଼ିଲ୍ଲା ପରିଷଦ ରଞ୍ଜିତା ସିଂହ ପ୍ରମୁଖ ଯୋଗଦେଇ ନୂତନ ଭତ୍ତା ବଣ୍ଟନ କରିଥିଲେ l ପ୍ରାରମ୍ଭରେ ଅତିଥି ମାନେ ବ୍ଲକ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟଅର୍ପଣ କରିଥିଲେ l ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା l ଏଥି ସହିତ ଅତିଥି ମାନେ ଉପସ୍ଥିତ ଜନସାଧାରଣ ଏବଂ ଚାଷୀ ମାନଙ୍କୁ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ମେଳା ସମ୍ପର୍କରେ ଆଲୋକପାତ କରିଥିଲେ l ପ୍ରଥମ ପର୍ଯାୟରେ ମଧୁବାବୁ ପେନସନ ଯୋଜନାରେ ୧୨୯୯ ଜଣଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା l

ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ,୨୦୨୬ ଏବଂ ନୂତନ ଭତ୍ତା ବଣ୍ଟନ କରାଯାଇଥିଲା l ବ୍ଲକ ପ୍ରୋଜେକ୍ଟ କୋଅଡିନେଟର ଜ୍ୟୋସ୍ନାରାଣୀ ମନ୍ତ୍ରୀ ମଞ୍ଚ ସଂଚାଳନ କରିଥିବାବେଳେ କାଜଲ କୁମାର ସାହୁ, ଅରବିନ୍ଦ ଦାସ, ଆର ଏଚ ଅଧିକାରିଣୀ ପ୍ରିୟମ୍ବଦା ମହାପାତ୍ରଙ୍କ ସମେତ ବ୍ଲକ କର୍ମଚାରୀ ପରିଚାଳନା କରିଥିଲେ l ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

You may have missed