March 11, 2026

ଘାଟିରୁ ଓଲଟିଲା ପିକନିକ୍ ବସ୍ ଭିତରେ ଥିଲେ ୬୦ରୁ ଉର୍ଦ୍ଧ୍ବ ଟୁରିଷ୍ଟ…

jhbjk
Share

ମୋହନା –ପିକନିକ୍‌ ହେଲା କାଳ । ଘାଟିରୁ ଓଲଟି ପଡିଲା ଟୁରିଷ୍ଟ ବସ୍ । ଯାଜପୁର ରୁ ଆସିଥିବା ପିକନିକ୍‌ ବସ ଯାଉଥିବା ଏକ ଘରୋଇ ବସ୍‌ ତପ୍ତପାଣି ଘାଟିରେ ଓଲଟି ପଡିଥିବା ସୂଚନା ମିଲିଛି । ଗଜପତି ଜିଲ୍ଲା ଜିରାଙ୍ଗରୁ ଫେରିବା ବେଳେ ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟିରେ ଓଲଟିଲା ଘରୋଇ ବସ । ଦୁର୍ଘଟଣା ଫଳରେ ୩୫ ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୬ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ବସ୍‌ରେ ୬୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବା ଜଣାପଡିଛି । ଆହତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲ କୁ ନେଇଥିବା ସୂଚନା ମିଳିଛି |ମିଳିଥିବା ସୂଚନା ଅନୁସାରେ, ଯାଜପୁରରୁ ଟୁରିଷ୍ଟ ଏକ ଘରୋଇ ବସ୍‌ ଯୋଗେ ପିକନିକ୍‌ କରିବାକୁ ଆସିଥିଲେ । ନୂଆଁ ବର୍ଷ ପୂର୍ବରୁ ପିକନିକ ସ୍ଥଳ ତପ୍ତପାଣିରେ ପର୍ଯ୍ୟଟକ ଙ୍କ ବେଶ ଗହଳି ଲାଗିରହିଥିବା ବେଳେ ତପ୍ତପାଣି ଘାଟିରେ ଓଲଟିଛି ଘୋରେଇ ବସ | ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ସୂଚନା ମିଳିଛି |ଏହି ଖବର ପାଇ ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ଘଟଣା ସ୍ଥଳରେ ପହଞ୍ଚି ଆହାତ ମାନଙ୍କୁ ଦିଗପହଣ୍ଡି ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇ ପ୍ରାଥମିକ ଚିକିତ୍ସା କରାଇ ଗୁରୁତର ଅବସ୍ଥାରେ ଥିବା ବ୍ୟକ୍ତିଙ୍କୁ ବ୍ରହ୍ମପୁର ପଠାଇବା ବ୍ୟବସ୍ଥା କରୁଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରିଛନ୍ତି ସ୍ଥାନୀୟ ଅଞ୍ଚଳବାସି।