ମହାବିନାୟକ ଚାରିଟେବୁଲ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଇଛି l
ପୁରୀ ମହାବିନାୟକ ଚାରିଟେବୁଲ ସେବା ଟ୍ରଷ୍ଟ ସଭାନେତ୍ରୀ ସବିତା ମିଶ୍ରଙ୍କ ଅଧକ୍ଷତା ରେ ହାଇଟେକ ମେଡିକାଲ କଲେଜ ର ଭ୍ରାମ୍ୟମାଣ ବସ ମାଧ୍ୟମରେ ଶନି ମନ୍ଦିର ଗଳି ଶ୍ରୀଦାଣ୍ଡ ରେ ମାଗଣାରେ ଦାନ୍ତ ଏବଂ ଆଖି ର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି l ଏହି କାର୍ଯ୍ୟକ୍ରମ ରେ ଶତାଧିକ ରୋଗୀ ଚିକିର୍ସିତ ହେବା ସହିତ ଦାନ୍ତ ସଫାକରିବା ସହିତ ଆଖିର ପରୀକ୍ଷା କରି ମାଗଣା ରେ ଚଷମା ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମ କୁ ହାଇଟେକ ମେଡିକାଲ କଲେଜ ର ଡେଣ୍ଟାଲ ଡାକ୍ତର, ଡାକ୍ତର ମନ୍ଦୀପ ଏବଂ ଚକ୍ଷୁ ଡାକ୍ତର ଡାକ୍ତର ପୁଣ୍ୟଶ୍ଳୋକ ମହାନ୍ତି ଧର୍ଯ୍ୟର ସହିତ ଦୀର୍ଘ ଚାରିରୁ ପାଞ୍ଚ ଘଣ୍ଟା ବସି ସ୍ୱାସ୍ଥ୍ୟସେବା ଯୋଗାଇଥିଲେ l ଏହି କାର୍ଯ୍ୟକ୍ରମ ରେ ମହାବିନାୟକ ଚାରିଟେବୁଲ ସେବା ଟ୍ରଷ୍ଟର କୁନା ମିଶ୍ର, ଗୀତାଞ୍ଜଳି ପଣ୍ଡା, ସାମ୍ବାଦିକ ରମେଶ ସାହୁ, ଝାନ୍ସୀରାଣୀ ମିଶ୍ର, ଭକ୍ତ ଦାଶ, ନାରାୟଣ ଦାଶ, ସଞ୍ଜୟ ମିଶ୍ର, ନିରଞ୍ଜନ ମିଶ୍ର, ବିଜୟଲକ୍ଷ୍ମୀ ମିଶ୍ର, ବନ୍ଦିତା ପାତ୍ର ପ୍ରମୁଖ ପରିଚାଳନା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ