June 29, 2024

ଜୋନାଲ୍ ଓ ଫାଇନାଲ୍ ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Share

ଜୋନାଲ୍ ଓ ଫାଇନାଲ୍ ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ବୁଗୁଡା : ତା ୩୧/୧୦/୨୩ : ସ୍ଥାନୀୟ ପିପୁଲ୍ସ କଲେଜ ପକ୍ଷରୁ ଆୟୋଜିତ ଜୋନାଲ୍ ଓ ଫାଇନାଲ ବାସ୍କେଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟକୁ କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକ ଉଦଘାଟନ କରିଥିଲା ବେଳେ ଏଥିରେ ଅତିଥି ଭାବେ ଅଧ୍ଯାପକ ପ୍ରଦୀପ କୁମାର ଦାଶ , ଜୟରାମ ବିଷୋୟୀ , ଆତ୍ମପ୍ରକାଶ ନାୟକ , ସଞ୍ଜୟ କୁମାର ପ୍ରଧାନ , ରବିନ୍ଦ୍ର ନାଥ ପୋଲାଇ ପ୍ରମୁଖ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ ଟୁର୍ଣ୍ଣାମେଣ୍ଟରେ ପୁରୁଷ ବର୍ଗରେ ୧୧ଟି ଦଳ ଓ ମହିଳା ବର୍ଗରେ ୫ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ମୁଖ୍ୟ ଚୟନକର୍ତ୍ତା ଭାବେ ରାଜ୍ୟ ବାସ୍କେଟବଲ୍ କାଉନସିଲ ତରଫରୁ ସଚ୍ଚିଦାନନ୍ଦ ଦାଶ ଓ ପର୍ଯ୍ଯବେକ୍ଷିକା ଭାବେ ସୁଚତା ସ୍ବାଇଁ ଯୋଗ ଦେଇଛନ୍ତି । ଉଦଘାଟନୀ ଦିବସରେ ପୁରୁଷ ବର୍ଗର ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ପିପୁଲ୍ସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟରେ ଏବଂ ମହିଳା ବର୍ଗର ବ୍ରହ୍ମପୁର ସିଟି କଲେଜ ଓ ଭୁବନେଶ୍ଵର କିସ୍ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଆଶିଷ କୁମାର ଜେନା , ଦିପକ ପାତ୍ର ଓ ଦିପ୍ତିରାଣୀ ସାହୁ ରେଫେରି ଭାବେ ଯୋଗ ଦେଇଛନ୍ତି । କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର ଓ ଏମ୍.ଶ୍ରୀନିବାସ ଦୋରା ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।