April 24, 2026

ପରିବହନ ମନ୍ତ୍ରୀ ଦୃଷ୍ଟି ଦେବାକୁ ଦାବୀ ..

IMG-20250605-WA0061
Share

 

ରାଜ୍ୟ ସରକାରଙ୍କ ପରିବହନ ବିଭାଗ ରାଜ୍ୟ ରାଜଧାନୀ ଠାରୁ ବ୍ରହ୍ମପୁର ଦେଇ ମୋହନା , ଅଡବା ରାସ୍ତାରେ କୋରାପୁଟ, ନବରଙ୍ଗପୁର, ଜୟପୁର, ଉମରକୋଟ, ମାଲକାନଗିରି ସବୁ ଗୁଡ଼ିକ ରାତ୍ର କାଳୀନ ବସ ମୋହନା ରାସ୍ତା ଦେଇ ଚାଲୁଥିବା ବେଳେ ବହୁ ଦ୍ରୁତଗାମୀ ବସ ଗୁଡ଼ିକ ମୋହନା ରେ ଷ୍ଟପେଜ ନାହିଁ କହି ଗୁମୁଡ଼ା ଟିକେଟ ଦେବାକୁ କହି ଟିକେଟ କାଟୁ ଥିବା ଜଣାପଡିଛି। ମୋହନା ଗଜପତି ଜିଲ୍ଲା ର ବୃହତ୍ତମ ବ୍ଲକ ଏବଂ ମୋହନା ଏକ ନିର୍ବାଚନ ମଣ୍ଡଳୀ ର ମୁଖ୍ୟ ସହର ଅଟେ। କେଉଁ କାରଣ ନିମନ୍ତେ ରାଜ୍ୟ ସରକାରଙ୍କ ଦୃତ ଗାମୀ ବସ ଗୁଡ଼ିକ ମୋହନା ରେ ଷ୍ଟପେଜ ନ ଦେଇ ଗୁମୁଡା ଷ୍ଟପେଜ ରଖିଛନ୍ତି ଜଣାପଡୁନାହିଁ। ରାଜ୍ୟ ସରକାରଙ୍କ ପରିବହନ ମନ୍ତ୍ରୀ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି। ମୋହନା ଅଞ୍ଚଳରୁ ଦୈନିକ ଯେ କୌଣସି କାର୍ଯ୍ୟରେ ଭୁବନେଶ୍ୱର ସହ କଟକ ଏବଂ ବିଭିନ୍ନ ସ୍ଥାନକୁ ଗସ୍ତ କରି ଥାଆନ୍ତି ଯାହା ଫଳରେ ଅଧିକ ଖର୍ଚ୍ଚାନ୍ତ ହେଉଥିବା ନଜରକୁ ଆସିଛି। ସମସ୍ତ ଦୃତ ଗାମୀ ବସ ଗୁଡ଼ିକ ମୋହନା ଠାରେ ରହଣି ସ୍ଥାନ ରଖିବା ନିମନ୍ତେ ବିଭାଗୀୟ ଅଧିକାରୀ ଏବଂ ମନ୍ତ୍ରୀ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।