August 26, 2026

ଗଜପତିଜିଲ୍ଲାକୁମରୁଡିପ୍ରଭାବିତ ଜିଲ୍ଲା ଭାବେ ଘୋଷଣା କରିବା ପାଇଁ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର 

IMG-20231031-WA0013
Share

ଗଜପତିଜିଲ୍ଲାକୁମରୁଡିପ୍ରଭାବିତ ଜିଲ୍ଲା ଭାବେ ଘୋଷଣା କରିବା ପାଇଁ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର 

 

ପାରଳାଖେମୁଣ୍ଡି:୩୧/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାରେ ଗତ ଦୁଇ ମାସ ହେଲାଣି ବର୍ଷା ହୋଇନଥିବା ଯୋଗୁଁ ଚାଷୀ ଓ ଚାଷ ଅବସ୍ଥା ଚିନ୍ତାଜନକ, ଜିଲ୍ଲା ର ମୁଖ୍ୟତଃ କାଶୀନଗର, ଗୋଷାଣୀ, ଗୁମା ବ୍ଲକ ରେ ଚାଷୀ ଧାନ ଚାଷ କରୁଥିବା ବେଳେ ଏଠାରେ କୌଣସି ବଡ଼ ଜଳ ଉତ୍ସ ନଥିବା ଯୋଗୁଁ ଚାଷୀ ସବୁବେଳେ ବର୍ଷା ଜଳ କୁ ହିଁ ନିର୍ଭର କରି ଚାଷ କରିଥାଏ କିନ୍ତୁ ଚଳିତ ବର୍ଷ ଆବଶ୍ୟକୀୟ ପରିମାଣ ର ବର୍ଷା ନହେବାରୁ ଜମି ରେ ଫାଟ ସୃଷ୍ଟି ହୋଇଗଲାଣି, ଫସଲ ହୋଇଥିବା ଧାନ ସବୁ ଜଳ ଅଭାବ ରୁ ନଷ୍ଟ ହେବାକୁ ଯାଉଛି, ତେଣୁ ପାରଳା ବିଧାୟକ କେ. ନାରାୟଣ ରାଓ ମୁଖ୍ୟମନ୍ତ୍ରୀ ଙ୍କୁ ଏନେଇ ପତ୍ର ମାଧ୍ୟମ ରେ ଜଣାଇବା ସହ ଜିଲ୍ଲା କୁ ମରୁଡି ପ୍ରଭାବିତ ଅଞ୍ଚଳ ଘୋଷଣା କରିବାକୁ ଅନୁରୋଧ କରିଛନ୍ତି। ଯେହେତୁ ଗଜପତି ଜିଲ୍ଲା ଏକ କୃଷି ବହୁଳ ଜିଲ୍ଲା ଚାଷୀ କ୍ଷତିଗ୍ରସ୍ତ ହେଲେ ଏଠାରେ ଅର୍ଥନୀତି କ୍ଷେତ୍ରରେ ମଧ୍ୟ ପ୍ରଭାବିତ ହେବ ବୋଲି ସେ ଦର୍ଶାଇଛନ୍ତି।

You may have missed