September 23, 2026
IMG-20250605-WA0065
Share

ବିକାଶ ନାଆଁରେ      ବିନାଶ ଚାଲିଛି

ଦେଖ ସାରା ସଂସାରରେ

ପ୍ରତି ମୁହୂର୍ତ୍ତରେ ପରିବେଶ ନଷ୍ଟ

କିଏ ଅବା ଧୈର୍ଯ୍ୟ ଧରେ ।

ଘମାଘୋଟ ଯୁଦ୍ଧ ଅବିରତ ଲାଗି

ହୁଏ ପରିବେଶ ଧ୍ୱଂସ

ରୋକିବାକୁ ଶକ୍ତି ଥିଲେ ଇଚ୍ଛା ନାହିଁ

ଖାଲି ମରିବା ଅବଶ୍ୟ।

କମ୍ପାନୀ ହାତରେ ବନ୍ଧା ସରକାର

ଟେକି ଦିଏ ଖଣି, ପାଣି

ଜଙ୍ଗଲ ଜମିରେ କମ୍ପାନୀ ଗଢୁଛି

ବୃକ୍ଷ ଲତା ଦିଏ ହାଣି।

ବର୍ଜ୍ୟବସ୍ତୁ ଛାଡ଼େ ଧୂଳି ଧୂଆଁ ପୁଣି

ବିଷାକ୍ତ ବାଷ୍ପ ଛାଡୁଛି

ପାଟି ଖୋଲି ପଦେ ପ୍ରତିବାଦ କଲେ

ସଜ୍ଜା କାଟିବାକୁ ଅଛି।

ବିଗିଡି ଗଲାଣି ଆମ ପରିବେଶ

ସବୁଆଡେ଼ ଖାଲି ବିଷ

ଗଛଟିଏ ପୋତି ଦେଖେଇ ହୋଇଲେ

ସେଥିରେ ମିଳିବ କିସ।

ଭାବିବାକୁ ଏବେ ସମୟ ଅଭାବ

ଜମ ଜଗେ ଧରି ଫାଶ

ପରିବେଶ ଯଦି ସୁରକ୍ଷା ନହୁଏ

ଜଗତ ହୋଇବ ଧ୍ୱଂସ।

ସ୍ୱଚ୍ଛ ଅଭିଯାନ ଅଭିନୟ କଲେ

ସ୍ୱଚ୍ଛ ନାହିଁ ଯଦି ମନ

କେହି ରଖିବାକୁ ସମର୍ଥ ହେବେନି

ନିଶ୍ଚୟ ହେଵ ପତନ।

ଏଣୁ ଧ୍ୟାନ ଦିଅ ପରିବେଶ ପ୍ରତି

ଗଢ ନୂଆ ସମ୍ବିଧାନ

ପରିବେଶ ପ୍ରଦୂ_ ଷଣ ରୋକିବାକୁ

କଠୋର ହେଉ ଆଇନ।

________ ସମାପ୍ତ ________

ବିଦ୍ୟାଧର ମଲିକ, ଆଇନଜୀବୀ, କୁଜଙ୍ଗ ଓକିଲ ସଂଘ।