June 18, 2026

ଉମରକୋଟ ରୁ ଆୟାପ୍ପା ଭକ୍ତ ଙ୍କ ମାଳା ଧାରଣ!

IMG-20231031-WA0001
Share

ଉମରକୋଟ ରୁ ଆୟାପ୍ପା ଭକ୍ତ ଙ୍କ ମାଳା ଧାରଣ!

(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ. ଦୀନା°ଶୁ ଆଚାରୀ ଙ୍କ ରିପୋର୍ଟ)

ନବରଙ୍ଗପୁର ଜିଲ୍ଲା ଉମରକୋଟ ଡି.ଏନ.କେ ସ୍ଥିତ ଶ୍ରୀଇଶାନେଶ୍ୱର ମହାଦେବ ମନ୍ଦିର ରେ ଉମରକୋଟ ଅଞ୍ଚଳ ର 64 ଡାବୁଗାଁ ର 17 ଜଣ ମୋଟ 81 ଜଣ ଆୟାପ୍ପା ଭକ୍ତ ଆୟପ୍ପା ମାଳା ଧାରଣ କରିଥିବା ଦେଖିବାକୁ ମିଳିଛି ।ଏହି ମାଳା ଧାରଣ ସମୟରେ ଜୟପୁର ର ସ୍ବାମୀ ରାବଣା ଗୁରୁ ସ୍ବାମୀ ସମସ୍ତ ଭକ୍ତଙ୍କୁ ମାଳା ଧାରଣ ଦିକ୍ଷା ଦେଇଥିଲେ। ଦିକ୍ଷା ଗ୍ରହଣ କରିଥିବା ସ୍ବାମୀମାନେ ଆଜିଠାରୁ 41 ଦିନ କଳା ବସ୍ତ୍ର ପରିଧାନ କରି ସନ୍ୟାସୀ ଙ୍କ ଭଳି ଜୀବନ ଯାପନ ଅତିବାହିତ କରି ଦୀକ୍ଷାରେ ରହି ପୂଜା ଅର୍ଚ୍ଚନା କରିବେ। ନୂତନ ଭାବେ ମାଳା ଧାରଣ କରିଥିବା ସମସ୍ତ ସ୍ୱାମୀ ଙ୍କୁ ମାଳା ଧାରଣ ରେ ଯେଉଁ ସବୁ ନିୟମ ଅଛି ସେହି ନିୟମ ସବୁ ଗୁରୁ ସ୍ବାମୀ ସମସ୍ତ ସ୍ବାମୀ ମାନଙ୍କୁ ବୁଝେଇ ଥିଲେ ।41 ଦିନ ଦିକ୍ଷା ପୂରଣ ହେବା ପରେ ପୁଣି ରାବଣା ଗୁରୁସ୍ବାମୀ ଆସି ଇରୁମୁଡ଼ି କଲାପରେ କେରଳ ର ପ୍ରସିଦ୍ଧ ଶବରୀମାଲା ଯାଇ ଭଗବାନ ଆୟାପ୍ପା ଙ୍କ ଦର୍ଶନ କରିବେ l ଏହି ମାଳା ଧାରଣ ରେ ଉମରକୋଟ ର ରାଜକୁମାର , ସନ୍ତୋଷ ପଞ୍ଜୁଅନୀ,ସନ୍ତୋଷ ପଣ୍ଡା, ରଞ୍ଜିତ,ଶ୍ରିନୁ,ଖୁଣ୍ଟିଆ ସ୍ବାମୀ ପ୍ରମୁଖ ଏବଂ ଡ଼ାବୁଗାଁ ର ପ୍ରକାଶ ପଣ୍ଡା, ବୁଗୁଲା, ଚିତନ୍, ବାଦଲ ଓ ଅନ୍ୟ ସ୍ବାମୀ ମାନେ ମାଳା ଧାରଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଉମରକୋଟ ଆୟାପ୍ପା ସେବା ସଂଘ ର ସଭାପତି ନଳିନୀ ରଞ୍ଜନ ମିଶ୍ର, ଅମିତ କର୍ମକାରୋ,ରାଜେଶ ସ୍ବାମୀ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ। ମାଳା ଧାରଣ କାର୍ଯ୍ୟକ୍ରମ ସରିବା ପରେ ସ୍ଵର୍ଗବାସ କରିଥିବା ଗୁରୁ ଆୟାପ୍ପା ନାୟାର ଙ୍କ ପ୍ରତିମୂର୍ତ୍ତୀ ରେ ରାବଣ ଗୁରୁ ପୁଷ୍ପ ମାଲ୍ୟ ପିନ୍ଧାଇ ଉଦଘାଟନ କରାଇଥିଲେ!

You may have missed