ମା’ ରାମଚଣ୍ଡୀଙ୍କ ବାର୍ଷିକ ଯାତ୍ରା
ଅନୁଗୋଳ: ଛେଣ୍ଡିପଦା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପ୍ରସିଦ୍ଧ ଧାର୍ମିକ ପୀଠ କୋଶଳାର ଅଧିଷ୍ଠାତ୍ରୀ ଦେବୀ ମା’ ରାମଚଣ୍ଡୀଙ୍କ ପବିତ୍ର ଯାତ୍ରା ଅବସରରେ ମା’ଙ୍କ ପୀଠ ପରିଦର୍ଶନ କରି ଦିବ୍ୟ ଦର୍ଶନ ଲାଭ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ। ଏହି ପବିତ୍ର ଅବସରରେ ମା’ ରାମଚଣ୍ଡୀଙ୍କ ଚରଣ କମଳରେ ସମଗ୍ର ଅଞ୍ଚଳବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ଆରୋଗ୍ୟମୟ ଜୀବନ କାମନା କରି ପ୍ରାର୍ଥନା କରିଥିଲେ ବିଧାୟକ ଶ୍ରୀ ପ୍ରଧାନ। ମା’ଙ୍କ ଆଶୀର୍ବାଦରେ ଅଞ୍ଚଳବାସୀଙ୍କ ଜୀବନ ସୁଖମୟ ଓ ସମୃଦ୍ଧିମୟ ହେଉ ବୋଲି ସେ କାମନା କରିଥିଲେ।ଏହି ଭକ୍ତିମୟ ପରିବେଶରେ ତାଙ୍କ ସହ ପୂର୍ବତନ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଛେଣ୍ଡିପଦା ବ୍ଲକ ଅଧ୍ୟକ୍ଷା ସୁମିତ୍ରା ସାହୁ, ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ସାହୁ, ଅନୁଗୋଳ ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଅରୁଣାଭ ସିଂହ, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ସମେତ ମା’ ରାମଚଣ୍ଡୀ ଟ୍ରଷ୍ଟ ବୋର୍ଡର କର୍ମକର୍ତ୍ତା ଓ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ମା’ ରାମଚଣ୍ଡୀଙ୍କ ପବିତ୍ର ଯାତ୍ରାକୁ ନେଇ ସମଗ୍ର ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ବହୁ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ.।
