August 31, 2026

ଅନୁଗୋଳ ବିଜେଡିରେ ମିଶ୍ରଣ ପର୍ବ: ବିଜେପି ଛାଡ଼ି ବିଜେଡିରେ ଯୋଗଦେଲେ ୩ ବରିଷ୍ଠ ନେତା

IMG-20260831-WA0029
Share

 

 

ଅନୁଗୋଳ ବିଜେଡିରେ ମିଶ୍ରଣ ପର୍ବ: ବିଜେପି ଛାଡ଼ି ବିଜେଡିରେ ଯୋଗଦେଲେ ୩ ବରିଷ୍ଠ ନେତା

ଅନୁଗୋଳ: ଅନୁଗୋଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଅଁରପାଳ ବ୍ଲକର ବଳରାମପ୍ରସାଦ ଓ କୁଲାଡ଼ ଗ୍ରାମର ବିଜେପିର ୩ ଜଣ ବରିଷ୍ଠ ନେତା ଦଳ ଛାଡ଼ି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ଯୋଗଦାନ କରିଛନ୍ତି ବଳରାମପ୍ରସାଦ ଗ୍ରାମର ବରିଷ୍ଠ ନେତା ତଥା ପୂର୍ବତନ ଗ୍ରାମ ସଭାପତି ଓ ପୂର୍ବତନ ଆଦିବାସୀ ସଂଘ ସଭାପତି ଶ୍ରୀ ତୀର୍ଥବାସୀ ବେହେରା, ବିଶିଷ୍ଟ ନେତା ଶ୍ରୀ ଲୋକନାଥ ସିଂହ (ନଗି) ଏବଂ କୁଲାଡ଼ ଗ୍ରାମର ଶ୍ରୀ ସତ୍ୟବ୍ରତ ଦେହୁରୀ ବିଜେପି ପରିତ୍ୟାଗ କରି ବିଜେଡିରେ ସାମିଲ ହୋଇଛନ୍ତି।

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ନୀତି ତଥା ପୂର୍ବତନ ବିଧାୟକ ଶ୍ରୀ ରଜନୀକାନ୍ତ ସିଂହଙ୍କ ଜନହିତକର କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେମାନେ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି।

ଅନୁଗୋଳ ଜିଲ୍ଲା ବିଜେଡି କାର୍ଯ୍ୟାଳୟଠାରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ପୂର୍ବତନ ବିଧାୟକ ତଥା ପୂର୍ବତନ ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ, ବଅଁରପାଳ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ନାଥ, ଜିଲ୍ଲା ବିଜେଡି ଯୁବ ସଭାପତି ଶ୍ରୀ ଅରୁଣାଭ ସିଂହ ଏବଂ ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ସମେତ ଦଳର ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ।

ନବାଗତ ନେତାମାନଙ୍କୁ ବିଜେଡି ପକ୍ଷରୁ ସ୍ୱାଗତ କରାଯିବା ସହ ଏହି ମିଶ୍ରଣ ଦଳକୁ ତୃଣମୂଳସ୍ତରରେ ଆହୁରି ସୁଦୃଢ଼ କରିବ ବୋଲି ଦଳୀୟ ନେତାମାନେ ଆଶା ପ୍ରକାଶ କରିଛନ୍ତି।