November 15, 2024

କାଶୀନଗର ଏନ ଏ ସି ର 50ତମ ସ୍ୱାୟତ୍ତ ଶାସନ ଦିବସ ଅନୁଷ୍ଠିତ.

Share

 

 

କାଶୀନଗର

ତାରିଖ 31/8/24

 

ଗଜପତି ଜିଲ୍ଲା ମଧ୍ୟରେ ଥିବା ଏକମାତ୍ର ବିଜ୍ଞାପିତ ଅଂଚଳ ପରିଷଦ କାଶୀନଗରର 50 ତମ ସ୍ୱାୟତ୍ତ ଶାସନ ଦିବସ ମହା ଆଡମ୍ବର ସହକାରେ ବିଜୁ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି. କାଶୀନଗର ଏନ. ଏ. ସି ର ସର୍ବାଙ୍ଗୀନ ଉନ୍ନତି ପାଇଁ ଏହି ଦିବସରେ ସଂକଳ୍ପବଧ ହୋଇ ଆସନ୍ତୁ, ସମସ୍ତେ ସହଭାଗୀ ହୋଇ ବିଜ୍ଞାପିତ ଅଞ୍ଚଳ ପରିଷଦ ଶାସନ ବ୍ୟବସ୍ଥାକୁ ଅଧିକ ଉପଯୋଗୀ, ସରଳ ତଥା ଲୋକାଭିମୁଖୀ କରିବା ସହ ବିକାଶ ଦିଗରେ ଆଗେଇବା . ଆଜିର ଏହି କାର୍ଯ୍ୟକ୍ରମ ଆରମ୍ଭରେ କମୟୁନିଟି ଉନ୍ନୟନ ଅଧିକାରୀ ଉଜ୍ବଳତା ସ୍ୱାଲ ସିଂ ସମସ୍ତ ଅତିଥି ମାନଙ୍କ ପାରିଚୟ ଦେଇ ସ୍ୱାଗତ କରିଥିଲେ. ବୈଠକର ମୁଖ୍ୟ ଅତିଥି ଏନ ଏ ସି ଅଧ୍ୟକ୍ଷା ଏମ ସୁଦ୍ଧା ରାଣୀ ନିଜ ବକ୍ତବ୍ୟରେ କାଶୀନଗର ଏନ ଏ ସି ର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତ ଜନସାଧାରଣଙ୍କ ସାହାଯ୍ୟ ଓ ସହଯୋଗ ରହିଥିବା ଦର୍ଶାଇ ବରିଷ୍ଠ ସାମ୍ବାଦିକ ମାନଙ୍କ ପରାମର୍ଶ ଆମ ପାଇଁ ଅତ୍ୟନ୍ତ ଜରୁରୀ ଥିବା କହିଥିଲେ.କାଶୀନଗର କାର୍ଯ୍ୟ ନିର୍ବହୀ ଅଧିକାରୀ ଭାଗବତ ସାହୁ ଅତିଥି ମନକୁ ସ୍ୱାଗତ କରିବା ସହ ବିବରଣୀ ପାଠ କରି ସମସ୍ତ ଜନସାଧାରଣଙ୍କୁ ଠିକ ସମୟରେ ଟିକସ ପୈଠ କରିବାକୁ କହିଥିଲେ.ଅତିଥି ମାନଙ୍କ ମଧ୍ୟରେ କାଶୀନଗର ଉପଧାକ୍ଷ ରଘୁରମ ସାହୁ କାଶୀନଗର ଠାରେ ଛାତ୍ର ଛାତ୍ରୀ ମାନଙ୍କ ଗୁଣାତ୍ମକ ଶିକ୍ଷା ର ବିକାଶ ପାଇଁ ଏଠାରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବା ପାଇଁ ଏନ ଏ ସି ଅଧ୍ୟକ୍ଷା ଏମ ସୁଦ୍ଧା ରାଣୀ ଙ୍କ ଜରିଆରେ ସରକାରଙ୍କ ନିକଟରେ ଦାବୀ ରଖିଥିବା ବେଳେ ୱାର୍ଡ କଉନସିଲର ଜୀବରତ୍ନମ ଓ ଚଲପତି ରାଓ ନିଜ ନିଜ ବକ୍ତବ୍ୟ ରଖିଥିଲେ. ପୂର୍ବତନ ଅଧ୍ୟକ୍ଷ ବୈକୁଣ୍ଠା ରାଓ ଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମନିତ କରାଯାଇଥିବା ବେଳେ ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ କାଶୀନଗର ଏନ ଏ ସି ତରଫରୁ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ମନଙ୍କୁ ସ୍ୱତନ୍ତ୍ର ଭାବେ ପୁଷ୍ପ ଗୁଚ୍ଛ ସହ ସମ୍ମନିତ କରି ଉତ୍ତରୀୟ ପ୍ରଦାନ କରିଥିଲେ. ସେହି ଭଳି କ୍ରୀଡା , ପ୍ରବନ୍ଧ, ବକ୍ତୃତା, ପାରମ୍ପରିକ ନୃତ୍ୟ ଓ ମହିଳା ଗୋଷ୍ଠୀ ମାନଙ୍କୁ ସମ୍ମାନିତ କରାଯାଇଥିଲା.

କାର୍ଯ୍ୟକ୍ରମରେ ଏନ ଏ ସି ମଧ୍ୟରେ ଥିବା

ସମସ୍ତ ୱାର୍ଡ ସଭ୍ୟ, ବରିଷ୍ଠ ନାଗରିକ, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ. କାଶୀନଗର ସ୍ଥିତ ଇଣ୍ଡିଆନ ପବ୍ଲକ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ.

 

ଗଜପତି ଜିଲ୍ଲା କାଶୀନଗରରୁ ରାଧାନାଥ ଚୌଧୁରୀଙ୍କ ରିପୋର୍ଟ