May 30, 2026

ଉମରକୋଟ ଠାରେ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ………

IMG-20240830-WA0004
Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ସହର ଗୁଲିପାଟଣା ସାହିର କଳିଙ୍ଗ କଳା ଓ ସାଂସ୍କୃତିକ ପରିଷଦ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହା ଆଡମ୍ବର ରେ ଦୁର୍ଗା ପୂଜା କରାଯିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବାବା ବୈଦ୍ୟନାଥ ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିଲା। ବୈଦ୍ୟନାଥ ମନ୍ଦିର କମିଟି ସଭାପତି ଜୟଦେବ ପରିଡା ଙ୍କ ସଭାପତିତ୍ୱ ରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ସର୍ବ ପ୍ରଥମେ ଗତ ବର୍ଷର ସମସ୍ତ ଖର୍ଚ୍ଚ ବିବରଣୀ ମହେନ୍ଦ୍ର ଦାସ ଉପସ୍ଥାପନ କରିଥିଲେ। ପରେ ଚଳିତ ବର୍ଷ ପାଇଁ ନୂତନ ପୂଜା କମିଟି ଗଠନ କରା ଯାଇଥିଲା ।ଚଳିତ ବର୍ଷ ପୂଜା କମିଟି ରେ ସଭାପତି ଭାବେ ସଞ୍ଜୟ ସ୍ୱାଇଁ, ଉପ ସଭାପତି ଭାବେ ତିନି ଜଣ ଲଷ୍ମୀ ପୂଜାରୀ, ଗିରିଧାରୀ ମାଝୀ ଓ କୁଶ ସାହୁ ମନୋନୀତ ହୋଇଥିବା ବେଳେ ସମ୍ପାଦକ ଭାବେ ଗଣେଶ ପ୍ରସାଦ ରଣା ଓ ସହ ସଂପାଦକ ଭାବେ ସନ୍ତୋଷ ଶତପଥୀ, ପିଣ୍ଟୁ ମାଝୀ, ନୀଳ ମାଧବ ନାୟକ, ଅରୁଣ ପଟନାୟକ ମନୋନୀତ ହୋଇଛନ୍ତି ସେହିଭଳି କୋଷାଧକ୍ଷ ଭାବେ ସଂଜୀବ ସାହୁ ଙ୍କୁ ମନୋନୀତ କରାଯାଇଛି। ପୂଜା କାର୍ଯ୍ୟରେ ସହଯୋଗ କରିବା ପାଇଁ ୧୧ଜଣିଆ କମିଟି ମଧ୍ୟ ଚୟନ କରାଯାଇଛି କମିଟିର ସମସ୍ତ ସଦସ୍ୟ ସହଯୋଗ କରିବେ ବୋଲି ନିଷ୍ପତି ନିଆଯାଇଛି। ଆସନ୍ତା ୬ ତାରିଖରେ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ କରାଯିବ ଏବଂ ଚଳିତ ଥର ମଧ୍ୟ ଅସ୍ଥାୟୀ ମଣ୍ଡପରେ ନବରାତ୍ରି ପୂଜା କରାଯିବ ବୋଲି ନିଷ୍ପତି ନିଆଯାଇଛି। ଆଜିର ଏହି ବୈଠକରେ ପୂଜା ପାଇଁ ମେଢ଼, ବାଜା, ମହା ଅଷ୍ଟମୀ ଭୋଗ, ବିସର୍ଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ଶାନ୍ତି ଶୃଙ୍ଖଳାରେ କିପରି ପୂଜା ସମ୍ପନ୍ନ କରାଯିବ ଏନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇ ଥିଲା।ମାଙ୍କ ପୂଜା କାର୍ଯ୍ୟ ପୂଜକ ଲଷ୍ମୀ ତ୍ରିପାଠୀ ପୂଜକ ଭାବେ ପୂଜା କାର୍ଯ୍ୟ କରିବେ। ଆଜିର ଏହି ବୈଠକ ରେ ନିରଞ୍ଜନ ସ୍ୱାଇଁ,ପ୍ରମୋଦ ସ୍ୱାଇଁ,ଟୁଲୁ ସାହୁ, ବାଲାଜୀ ବେହେରା,ବିଷ୍ଣୁ ପ୍ରସାଦ ପଟନାୟକ, ଯତୀନ ପଣ୍ଡା, ରାମ ମଣିଆ, ସୀମା ସ୍ୱାଇଁ,ତ୍ରିପତି ପଟନାୟକ, ଗୋବିନ୍ଦ ମାଝୀ, ବୁନୁ ପଟନାୟକ,ମାନସ ସାହୁ, ଟଙ୍କ ମାଝୀ, ରୁନା ରଣା, ମୁନା ମିଶ୍ର,ଗୋପାଳ ରାଓ, ନାରାୟଣ ପାଣିଗ୍ରାହୀ,ଅଶୋକ ସାହୁ, ଟିକି ପାଢ଼ୀ, ଦେବେନ୍ଦ୍ର ନୟକ, ତ୍ରିନାଥ ନାୟକ, ଲିଟୁନା ସାହୁ,ପ୍ରମୁଖ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।

You may have missed