ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଗୋବରି (ଡି.ଏନ.କେ.) ଠାରେ କନିଷ୍ଟ ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଗ୍ରାମବାସୀ ହନ୍ତସନ୍ତ…………
ନବରଙ୍ଗପୁର:-(ଏମ୍.ଦିନା°ଶୁ ଆଚାରୀ) କାଦୁଅ ରାସ୍ତା ରେ ଯିବା ଆସିବା କରି ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ!କନିଷ୍ଟ ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଗ୍ରାମର ରାସ୍ତା କାଦୁଅ ପଚ ପଚ ଥିବାରୁ ଗର୍ଭବତୀ ମହିଳା, ପଥଚାରି, ବିଦ୍ୟାଳୟ କୁ ଯାଉଥିବା ଛୋଟ ଛୋଟ ଛାତ୍ର ଛାତ୍ରୀ ମାନଙ୍କୁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ ଧୋଡ୍ରା ପଂଚାୟତ ଅଧୀନରେ ଥିବା ଗୋବରୀ (ଡିଏନକେ )ଠାରେ। ଉକ୍ତ ଗ୍ରାମର ରାସ୍ତା କାଦୁଅ ରେ ଭରପୁର। ଲୋକେ ଠିକଭାବେ ଚାଲିକି ମଧ୍ୟ ଯାଇପାରୁନାହାନ୍ତି। ରାସ୍ତା ତିଆରି କରିବା ପାଇଁ ସେମାନେ ବାରମ୍ବାର ଅଭିଯୋଗ କରିବା ସତ୍ୱେ କୌଣସି ସୁଫଳ ମିଳିପାରୁନାହିଁ। ଠିକାଦାର ସେହି କାଦୁଅ ରେ ମୁରୁମ ପକାଇ ଛାଡି ଦେଇଛନ୍ତି, ଯାହାଫଳରେ କାଦୁଅ ଶୁଖିବାର ନାମ ନେଉନାହିଁ!ଉକ୍ତ ରାସ୍ତା କାମ ରେ କୌଣସି ଫଳକ ଲାଗି ନାହିଁ, ତାହାର ଅଟକଳ ମୂଲ୍ୟ କେତେ କିଛି ଜଣା ପଡୁନାହିଁ!କନିଷ୍ଟ ଯନ୍ତ୍ରୀ ଙ୍କ ସହ ଯୋଗାଯୋଗ କରିବାରୁ ଉକ୍ତ କାମରେ କୌଣସି ଟଙ୍କା ଆସିନାହିଁ ବୋଲି କହୁଛନ୍ତି ସେପଟେ ସ୍ଥାନୀୟ ସରପଞ୍ଚ ସେହି ଗ୍ରାମର ରାସ୍ତା ଟିକୁ ଜରୁରୀ କାଳୀନ ନିମନ୍ତେ ତୁରନ୍ତ ତିଆରି କରିବା ପାଇଁ ପଂଚାୟତ ପଦକ୍ଷେପ ନେଇଥିଲା ଏବଂ ସେହି କାମ ପାଇଁ କୌଣସି ଫାଇଲ କରାଯାଇନାହିଁ ବୋଲି ଉତ୍ତର ଦେଇଥିଲେ!ସେପଟେ ଝରୀଗାଁ ବିଡ଼ିଓ ଙ୍କୁ ପଚାରିବାରୁ ମୁଁ କନିଷ୍ଟ ଯନ୍ତ୍ରୀ ଓ ସରପଞ୍ଚ ଙ୍କ ସହ ଯୋଗାଯୋଗ କରି ଜଣେଇବି ବୋଲି କହିଲେ କିନ୍ତୁ କିଛି ଜଣେଇଲେ ନାହିଁ!ଏଥିରେ ସ୍ପଷ୍ଟ ହେଉଛି ଯେ କନିଷ୍ଟ ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ରେ ରାସ୍ତା କାମ ଚାଲିଛି ଏବଂ ଦୀପ ତଳେ ଅନ୍ଧାର ଭଳି ବ୍ଲକ ପ୍ରଶାସନ ସବୁ ଜାଣି ନ ଜାଣିଲାଭଳି କାର୍ଯ୍ୟ କରୁଛି।