April 24, 2026
IMG-20250731-WA0035
Share

 

 

ବେଲଗୁଣ୍ଠା,୩୧/୦୭, ବୁଧବାର ଦିନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ସମସ୍ତ ବିଦ୍ୟାଳୟରେ ଦ୍ୱିତୀୟ ଅଭିଭାବକ- ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ବାଲିଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ସ୍ଵପ୍ନା କୁମାରୀ ଖଡ଼୍ଗରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଦ୍ୱିତୀୟ ଅଭିଭାବକ ଶିକ୍ଷକ ବୈଠକରେ ଆସ ସ୍କୁଲ୍ ଯିବା ଅଭିଯାନ ସମ୍ପର୍କରେ ଆଲୋଚନା ହୋଇଥିଲା I ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ଦାଶ ଛାତ୍ରଛାତ୍ରୀଙ୍କ ପାଇଁ ନିରାପଦ ପରିବେଶ୍ ସୃଷ୍ଟି ଏବଂ ବାଳିକା ମାନଙ୍କ ସୁରକ୍ଷା ନିମନ୍ତେ ସଚେତନତା ସୃ୍ଷ୍ଟି କରିଥିଲେ I ଶିକ୍ଷୟିତ୍ରୀ ସଙ୍ଗୀତା ମହାନ୍ତି ମାଆ ପାଇଁ ଗଛଟିଏ, ସ୍ଵଚ୍ଛତା ପକ୍ଷ ପାଳନ, ସୁରଭି-୨୦୨୫ ସମ୍ପର୍କରେ ଆଲୋଚନା କରାଯାଇଥିଲା I ଶିକ୍ଷୟିତ୍ରୀ ଅନୁସୂୟା ଦାଶ ଏବଂ ପ୍ରଜ୍ଞା ପ୍ରିୟଦର୍ଶିନୀ ମଞ୍ଚ ପରିଚାଳନା କରିଥିବା ବେଳେ ଜ୍ୟୋତ୍ସ୍ନା କୁମାରୀ ସେଠୀ ଓ ଇତିଶ୍ରୀ ମହାପାତ୍ର ସହଯୋଗ କରିଥିଲେ I ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ଦାଶ୍ ଧନ୍ୟବାଦ ଅର୍ପଣ କରିଥିଲେ I ସେହିପରି ପଟେଲ୍ ରୋଡ଼୍ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ବେହେରାଙ୍କ ଅଧ୍ୟକ୍ଷତାରେ ଅଭିଭାବକ- ଶିକ୍ଷକ ସମ୍ମିଳନୀ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ସାହା ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢୀ, ସ୍ଥାନୀୟ ସିଆରସିସି ରଶେମ ଚନ୍ଦ୍ର ପାଣିଗ୍ରାହୀ ,ଉପଦେଷ୍ଟା ଭି ଦେବୀ ପ୍ରସାଦ ପାତ୍ର, ଗୋଷ୍ଠୀ ସହଯୋଗୀ ପ୍ରକାଶ ଚନ୍ଦ୍ର ଡାକୁଆ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ I ଶିକ୍ଷୟିତ୍ରୀ ଅଳକା କପ୍ରଧାନ,ଶିବରଞ୍ଜନୀ ସାହୁ, ଦେବୀ ପ୍ରସାଦ ନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ

You may have missed