April 23, 2026

ଗୁଣାତ୍ମକ ପ୍ରମାଣପତ୍ର ଉପରେ ବିକ୍ରେତା ଅଭିଯାନ।

IMG-20250731-WA0030
Share

 

ପୁରୀ ୩୧/୭ ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମାଧ୍ୟମରେ ଉଦ୍ୟୋଗପତି ମାନେ ରାଜ୍ୟ ଓ ଦେଶର ଅର୍ଥନୀତି କୁ ସୁଦୃଢ଼ କରିଥାନ୍ତି।ତେଣୁ ଏହି ଭଳି କର୍ମଶାଳା ମାଧ୍ୟମରେ ସେମାନଙ୍କ ମନରେ ଥିବା ବିଭିନ୍ନ ସଂଶୟ ଓ ସନ୍ଦେହ କୁ ବିଶେଷଜ୍ଞ ମାନଙ୍କ ଦ୍ୱାରା ଦୂର କରି ପାରିବେ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା।ଆଜି ପୂର୍ବାହ୍ନରେ ସଦଭାବନା ସଭାଗୃହ ଠାରେ ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ଗୁଣାତ୍ମକ ପ୍ରମାଣପତ୍ର ଉପରେ ବିକ୍ରେତା ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ପିଲା ମାନେ ଶିକ୍ଷା ଲାଭ ପରେ ଚାକିରୀ ପଛରେ ଧାଉଁଥିଲେ।କିନ୍ତୁ ବର୍ତ୍ତମାନ ଅନେକ ପିଲା ଉଦ୍ୟୋଗୀ ହୋଇ ନିଜକୁ ପ୍ରତିଷ୍ଠିତ କରିବା ସହ ଅନେକ ଙ୍କୁ ନିଯୁକ୍ତି ଦେବାରେ ସକ୍ଷମ ହେଉଛନ୍ତି।ତେଣୁ ଉଦ୍ୟୋଗପତି ମାନେ ଯେପରି ଆହୁରି ସଫଳ ହେବେ ଓ ନୁତନ ଉଦ୍ୟୋଗପତି ସୃଷ୍ଟି ହେବେ,ସେମାନଙ୍କ ସମସ୍ୟାର ସମାଧାନ ଏହି ଅଭିଯାନର ଲକ୍ଷ୍ୟ।ଏଥିରେ ଉପସ୍ଥିତ ଉଦ୍ୟୋଗୀ ମାନେ ଏହା ଦ୍ଵାରା ଉଦବୁଦ୍ଧ ହୋଇ ପାରିଛନ୍ତି ବୋଲି ସେ ମତ ଦେଇଥିଲେ।ଜିଲ୍ଲା ଶିଳ୍ପକେନ୍ଦ୍ର ର ମହା ପ୍ରବନ୍ଧକ ମାନସ କୁମାର ବାରିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯାନରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଉପସ୍ଥିତ ଥିଲେ। ଭାରତୀୟ ଗୁଣାତ୍ମକ ପରିଷଦ ଓ ଜାତୀୟ ଉତ୍ପାଦକତା ର ବିଶେଷଜ୍ଞ ବା ଏକ୍ସପର୍ଟ ଭାବେ ଶ୍ୟାମ ପ୍ରସାଦ, ଦେବନ ଦାସମହାପାତ୍ର ପ୍ରମୁଖ ଯୋଗ ଦେଇ ପ୍ରମାଣପତ୍ର ପ୍ରକ୍ରିୟା ଉପରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ।ବ୍ୟବସାୟିକ କାର୍ଯ୍ୟ ରେ ଏହି ଗୁଣାତ୍ମକ ମାନ ଗୁଡିକୁ ସମନ୍ବିତ ପଦକ୍ଷେପ ଓ ଦୃଶ୍ୟମାନ ଲାଭ ସମ୍ପର୍କରେ ଆଲୋକପାତ କରିଥିଲେ।ଆଇଏସଓ, ଲିନ,ଏବଂ ଜେଡ ପ୍ରମାଣପତ୍ର ର ପରିବର୍ତ୍ତନ କାରୀ ସମ୍ଭାବନା ଉପରେ ସୂଚନା ଦିଆଯାଇଥିଲା।ଏହି କର୍ମଶାଳାରେ ଜିଲ୍ଲାର ବିଭିନ୍ନ ଉଦ୍ୟୋଗପତି ମାନେ ଯୋଗ ଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed