କନିଷ୍ଠ ଯନ୍ତ୍ରୀଙ୍କୁ ପରିସ୍ରା ପିଆଇଲେ ପିଅନ ..

କନିଷ୍ଠ ଯନ୍ତ୍ରୀଙ୍କ ପାଣି ବୋତଲରେ ପରିସ୍ରା ମିଶାଇଛନ୍ତି ଚତୁର୍ଥଶ୍ରେଣୀ ପିଅନ lଏଭଳି ଏକା ଲଜ୍ୟାଜନକ ଘଟଣା ଘଟିଛି ଗଜପତି ଜିଲ୍ଲା ଆର -ଉଦୟଗିରି ବ୍ଲକର ପାନୀୟ ଜଳଯୋଗାଣ ବିଭାଗରେ l ଅଭିଯୋଗ ପ୍ରକାରେ ଗତ 23 ତାରିଖ ରାତିରେ ଆର -ଉଦୟଗିରି ବ୍ଲକ RWSS ରକନିଷ୍ଠଯନ୍ତ୍ରୀ ସଚିନ କୁମାର ଗୌଡ଼ଙ୍କ ପାଇଁ ସେହି ଅଫିସର କିରାଣୀ ଶିବ ନାୟକ ପିଇବା ପାଇଁ ବୋତଲରେ ପାଣି ଆଣିଥିଲେ l ଏବଂ ସେହି ପାଣି ପିଇବା ପରେ କନିଷ୍ଠଯନ୍ତ୍ରୀ ଜଣକ ଅସୁସ୍ଥ ଅନୁଭବ କରିଥିଲେ ଏବଂ ପରବର୍ତୀ ମୁହୁର୍ତରେ ଅସୁସ୍ଥ ହୋଇ ବ୍ରହ୍ମପୁର ବଡମେଡିକାଲରେ ଭର୍ତି ହୋଇଥିଲେ l ତେବେ ସେହି ପରିସ୍ରାକୁ ନେଇ ଜିଲ୍ଲା ପରୀକ୍ଷାଗାର ରୁ ପରୀକ୍ଷା କରିଯାଣିବାକୁ ପାଇଲେ ଯେ ସେହି ବୋତଲରେ ମୂତ୍ର ମିଶାଯାଇଥିଲା l ତେବେ ଏନେଇ ସମ୍ପୃକ୍ତ କିରାଣୀଙ୍କ ବିରୁଦ୍ଧରେ ଆର – ଉଦୟଗିରି ଥାନାରେ ଏତଲା ଦେଇଥିଲେ l ତେବେ ଏନେଇ ଆର -ଉଦୟଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଲାଇଛି।
