ନରେନ୍ଦ୍ର ପୁଷ୍କରିଣୀ ନିକଟରେ ମଦ୍ୟପ ରିକ୍ସା ଚାଳକର ଉନ୍ମତ୍ତକାଣ୍ଡ
ପୁରୀ ନରେନ୍ଦ୍ର ପୁଷ୍କରିଣୀ ନିକଟ ବିଶେଶ୍ୱରୀ ମନ୍ଦିର ରାସ୍ତାରେ କିଛି ମେଡିକାଲର ଝିଅ କର୍ମଚାରୀମାନେ ମାନେ ସର୍ଭେ କରିବାପାଇଁ ଚାଲିଚାଲି
ଯାଉଥିବାବେଳେ ଏକ ମଦ୍ୟପ ରିକ୍ସା ଚାଳକ ସେମାନଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ସହିତ ଅସଦାଚରଣ କରିବାକୁ ଉଦ୍ୟମ କରୁଥିବାବେଳେ ଝିଅମାନେ ତାକୁ ବସାଇ ତାଠାରୁ ରିକ୍ସା ଚାବି ଛଡାଇନେବା ସହିତ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଜଣାଇ ପୋଲିସ ଡକାଇଥିବାର ଗଣମାଧ୍ୟମକୁ ସୂଚନା ଦେବାସହିତ ରିକ୍ସା ଚାଳକ ଜଣକ ଆଠଗଡ ର ମାର୍କେଟ ଛକ ଜଣେ ରିକ୍ସା ମାଲିକଙ୍କ ରିକ୍ସା ଚଲାଉଥିବାର ଜଣାପଡିଛି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
