April 24, 2026
9695021c-4d0d-43dc-9098-7eb364c933ad
Share

ହାଟଡିହି ସୋମବାର ଦିନ  ଦ୍ୱିପ୍ରହର ସମୟ ରେ ହାଟଡିହି ଗାଁ ର ପଦ୍ମନାଭ ପହି(ପଦ ପହି)ନିଜ ଚାଷ ଜମି ରେ ଟ୍ରାକ୍ଟର ଯୋଗେ କାଦୁଅ ହଳ କରୁଥିବା ବେଳେ ବଜ୍ରାଘାତ ରେପ୍ରାଣ ହରାଇଛନ୍ତି। ବଜ୍ରାଘାତ ଘଟିବା ପରେ ପ୍ରଥମେ ହାଟଡିହି ପରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକ ର ଛାୟା ଖେଳି ଯାଇଛି। ଶ୍ରୀଯୁକ୍ତ ପହି ଙ୍କ ବଜ୍ରାଘାତ ଖବର ପାଇଁ ସ୍ଥାନୀୟ ଅଞ୍ଚଳ ବହୁ ଲୋକ ତାଙ୍କୁ ଭେଟିବା ପାଇଁ ଡ଼ାକ୍ତର ଖାନା ରେ ଯୋଗ ଦେଇଥିଲେ । ଏଥିରେ ହାଟଡିହି ସରପଞ୍ଚ ଦୁଃଖ ପ୍ରକାଶ କରିବା ସହ ବର୍ଷା ଘଡଘଡି ସମୟରେ  ଜମି ରେ କାମ ନକରିବାକୁ ଆହ୍ବାନ ଦେଇଛନ୍ତି।  ଶ୍ରୀଯୁକ୍ତ ପହି ଜଣେ ପୁରାତନ ବ୍ୟବସାୟୀ ହୋଇଥିବାରୁ ହାଟଡିହି ଲକ୍ଷ୍ମୀ ବଜାର କମିଟିର ସଦସ୍ୟ ମାନେ ଏଥିରେ ଗଭୀର ଶୋକ ପ୍ରକାଶ କରିଛନ୍ତି।
(ସୋମେଶ ପରିଡ଼ା ଙ୍କ ରିପୋର୍ଟ୍ ହାଟଡିହି ରୁ)

You may have missed