July 21, 2026

ଏନ୍ଏସିର ଦୁଇ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା 

IMG-20230531-WA0052
Share

ଏନ୍ଏସିର ଦୁଇ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ବୁଗୁଡା : ତା ୩୧/୦୫/୨୩ : ବୁଗୁଡା ଏନ୍ଏସିର ଦୁଇ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଆଜି ଅବସର ଗ୍ରହଣ କରିଥିବା ରବିନ୍ଦ୍ର ନାଥ ପାଢୀ ଓ ବିରଞ୍ଚି ନାରାୟଣ ପାତ୍ର ପ୍ରମୁଖ ଦୁଇ କର୍ମଚାରୀଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ  କରାଯାଇଥିଲା। ଏଥିରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମି ରଂଜନ ଦାସଙ୍କ ସମେତ ପିତବାସ ପ୍ରଧାନ, ଜଗଦୀଶ ପଣ୍ଡା, ସନ୍ତୋଷ କୁମାର ପଣ୍ଡା, ଅଶୋକ କୁମାର ସାହୁ,ସଂକେତ ପାଣିଗ୍ରାହୀ ଏବଂ ଅନ୍ଯ କର୍ମଚାରୀମାନେ ଉପସ୍ଥିତ ରହି ଅବସରପ୍ରାପ୍ତ କର୍ମଚାରୀ ଦ୍ବୟଙ୍କ ସୁଗୁଣ ଏବଂ ନିଷ୍ଠାପର କର୍ତ୍ତବ୍ୟ ସଂପର୍କରେ ବକ୍ତବ୍ଯ ପ୍ରଦାନ ସହ ନିରାମୟ ଦୀର୍ଘ ଜୀବନ କାମନା କରିଥିଲେ ।

You may have missed