August 18, 2026

ମୋହନା ବ୍ଲକର ବିଭିନ୍ନ ସମସ୍ୟା ନେଇ ଅଡବା ଥାନା ଅଧିକାରୀ ଙ୍କ ସହ ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲ କର୍ମୀଙ୍କ ଆଲୋଚନା

IMG-20230531-WA0008
Share

ମୋହନା ବ୍ଲକର ବିଭିନ୍ନ ସମସ୍ୟା ନେଇ ଅଡବା ଥାନା ଅଧିକାରୀ ଙ୍କ ସହ ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲ କର୍ମୀଙ୍କ ଆଲୋଚନା ——–
ପାରଳାଖେମୁଣ୍ଡି:୩୧/୫(ଗରୁଡ଼ ଧ୍ଵଜ ଚୌଧୁରୀ) ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲ ଗଜପତି ଜିଲ୍ଲା ମୋହନା ବ୍ଲକ ଟିମ୍ ର ସମସ୍ତ କର୍ମୀ ବିଭିନ୍ନ ସମସ୍ୟା ବିଷୟକୁ ନେଇ ଅଡବା ଥାନା ଅଧିକାରୀ ଶ୍ରୀ ଶୁଭ୍ରାଂଶୁ ପଣ୍ଡା ଙ୍କ ସହ ଆଲୋଚନା କରିଥିଲେ। ଗଜପତି ଜିଲ୍ଲାର ଭ୍ରଷ୍ଟାଚାର ବିଭାଗ ର ଜିଲ୍ଲା ମହିଳା ସଭାନେତ୍ରୀ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକ, ଜିଲ୍ଲା ସଭାପତି ଶ୍ରୀ ଏଫ.ଟି.ଦେବେନ୍ଦ୍ର ନାୟକ, ଜିଲ୍ଲା ଉପ ସଭାପତି ଆହ୍ୱାନ ନାୟକ, ମୋହନା ବ୍ଲକ ସଭାପତି ଅନନ୍ତ ମଲ୍ଲିକ,ମୋହନା ବ୍ଲକ
ମହିଳା ସଭାନେତ୍ରୀ ଶ୍ରୀମତୀ ସସ୍ମିତା ମୀଶ୍ର ,ଅନିଲ ବିରୋ,ଟୁନା ମଲ୍ଲିକ,କାମ୍ବି ମଲ୍ଲିକ ଓ ବିଶ୍ଵନାଥ ମଲିକ ଉପସ୍ଥିତ ଥିଲେ। ମାନବ ଅଧିକାର କର୍ମୀ ଅନେକ ସମସ୍ୟା କୁ ନେଇ ଆଲୋଚନା କରି ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ ଉପରେ ଆଲୋକ ପାତ କରିଥିଲେ। ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲ ମୋହନା ବ୍ଲକ ରି କର୍ମି ଥାନା ଅଧିକାରୀ ଶ୍ରୀ ଶୁଭ୍ରାଂଶୁ ପଣ୍ଡାଙ୍କୁ ଲୋକ ଙ୍କ ସମସ୍ୟା ବେଳେ ସହଯୋଗ ର ହାତ ବଢ଼େଇ ଓ ପ୍ରତେକଲୋକ ଙ୍କ ନିଜ ନିଜ ଅଧିକାର ଯେମିତି ପାଇପାରିବ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଥିଲେ। ଥାନା ଅଧିକାରୀ ଶ୍ରୀ ଶୁଭ୍ରାଶୁ ପଣ୍ଡା କହିଥିଲେ ଯେ କୌଣସି ସମସ୍ୟା ସମୟରେ ମୋର ସହଯୋଗ ରହିବ ଏବଂ ଲୋକୋଙ୍କ ଅଧିକାର ପାଇବା ପାଇଁ ମୁଁ ସହଯୋଗ କରିବି।

You may have missed