April 25, 2026

ଡ୍ରପ ରୋବଲ ଓଡିଶା ଖେଳାଳିଙ୍କ ଦିଲ୍ଲୀ ଗସ୍ତ

IMG-20260331-WA0046
Share

 

 

ପୁରୀ, ୩୧/୩ : ଆସନ୍ତା ଅପ୍ରେଲ ୨ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଅନ୍ତଃରାଜ୍ୟ ଡ୍ରପ ରୋବଲ ଚାମ୍ପିଆନ ସିପ ଏଚଆର ୟୁନିଭରସିଟି, ଉତ୍ତରପ୍ରଦେଶ ଡ୍ରପ ରୋବଲ ସଙ୍ଘ ଓ ଡ୍ରପ ରୋବାଲ ସଙ୍ଘ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବ l ଏଥିରେ ଓଡ଼ିଶାର ୧୫ ଜଣ ପ୍ରତିଯୋଗୀ ଭାଗନେବେ l ପ୍ରତିଯୋଗୀ ହେଲେ ଶୁଭମ ସ୍ୱାଇଁ, ଅନନ୍ୟା ସ୍ୱାଇଁ, ଆଦ୍ୟାସା ମହାନ୍ତି, ପାୟଲ ପ୍ରିୟଦର୍ଶିନୀ, ସୌମ୍ୟ ରଞ୍ଜନ ନାୟକ, ପାୟଲ ମହାନ୍ତି, ସୁମିତ୍ରା ରାଉତ, ସୌମ୍ୟ ରଞ୍ଜନ ନାୟକ, ସୁମିତ୍ରା ରାଉତ, ସୌମ୍ୟ ରଞ୍ଜନ ସ୍ୱାଇଁ, ବିନୋଦିନୀ ଦୀକ୍ଷିତ, ରଶ୍ମି ରଞ୍ଜନ ପରିଡା, ଶିବାନୀ ସାହୁ, ସସ୍ମିତା ସାହୁ ପ୍ରମୁଖ l ଅଲଇଣ୍ଡିଆ ରେଫରୀ ଭାବେ ରାଖୀ ରଣା ଓ ଚିନ୍ମୟ ପାତ୍ର ରହିଛନ୍ତି l ଏହି ଟିମ ଆଜି ପୁରୁଷୋତ୍ତମ ଏକ୍ସପ୍ରେସ ଯୋଗେ ନୂଆଦିଲ୍ଲୀ ଗସ୍ତ କରିଛନ୍ତି l ତାଙ୍କୁ ଉତ୍ସାହିତ କରିବା ପାଇଁ ରେଳଷ୍ଟେସନ ଠାରେ ସାଇକେଲ ପୋଲ ଓ ଇଣ୍ଡୋ ଆମେଚର ଗୋର ଜାତୀୟ ଉପସଭାପତି ଓ ରାଜ୍ୟ ସଭାପତି ବିନୟ ନୃସିଂହ ମହାପାତ୍ର, ରାଜ୍ୟ ସମ୍ପାଦକ ରାଜକିଶୋର ମହାନ୍ତି, ଓଡିଶା ଡ୍ରପ ରୋବର ବଲ ଆସୋସିଏସନର ରାଜ୍ୟ ଉପସଭାପତି ପ୍ରଦୀପ୍ତ କୁମାର ମିଶ୍ର, ସମ୍ପାଦକ ପ୍ରଦୀପ କୁମାର ସାହୁ ଅମର ଆନନ ପଟ୍ଟନାୟକ ଓ ସଦସ୍ୟା ସବିତା ସାହୁ, ବିଜୟ ଲକ୍ଷ୍ମୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ