November 23, 2024
Share

➡️୧- ରାଜ୍ୟରେ ଏପ୍ରିଲ ୨ରୁ ସକାଳୁଆ ସ୍କୁଲ: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୭ଟାରୁ ଦିନ ୧୧ଟା ୩୦ ଯାଏଁ ହେବ ପାଠପଢା ।

➡️୨- ନିମାପଡ଼ାରୁ ନୁହେଁ, ବରଂ ସ୍ବାଧିନ ପ୍ରାର୍ଥୀ ଭାବେ ଜଟଣୀ ବିଧାନସଭା ଆସନରୁ ଲଢ଼ିବେ ସୁରେଶ ରାଉତରାୟଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ।

➡️୩- ଜମି ମାଲିକାନା ଥାଇ ବି ମିଳୁନି ଅଧିକାର, ଆକ୍ରୋଶର ଶିକାର ହେଉଛନ୍ତି ଅସ୍ତରଙ୍ଗ ତହସିଲ୍, ବରାଙ୍ଗ ଗାଁର ୨୩ ଦଳିତ ପରିବାର, ଅଭିଯୋଗ ସତ୍ତ୍ୱେ ଗୁରୁତ୍ଵ ଦେଉନି ପ୍ରଶାସନ, ଭୋଟ ବର୍ଜନ ଚେତାବନୀ ଦେଲେ ଗାଁ ଲୋକ।

➡️୪- ବାକି ଥିବା ୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । କଟକରୁ ଭର୍ତ୍ତୁହରି, ଯାଜପୁରରୁ ରବୀନ୍ଦ୍ର, କନ୍ଧମାଳରୁ ସୁକାନ୍ତଙ୍କୁ ଟିକେଟ୍ ।

➡️୫- ହନ୍ତସନ୍ତ ହେଉଛନ୍ତି ସିକିଲସେଲ୍ ଓ ଥାଲାସେମିଆ ରୋଗୀ ଓ ସଂପର୍କୀୟ, ବଂଚିବାକୁ ପ୍ରତି ମାସରେ ଆବଶ୍ୟକ ହୁଏ ରକ୍ତ, ଖରାଦିନେ କମୁଛି ରକ୍ତ ସଂଗ୍ରହ ।

➡️୬- ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନର ପ୍ରସ୍ତୁତ କଲେ ଋଣନୀତି । କଳାଧନ ଓ ନିଶା ଦ୍ରବ୍ୟ କାରବାର ରୋକିବା ଉପରେ ଫୋକସ ।

➡️୭- ଚର୍ଚ୍ଚା ସାଉଁଟୁଛି ବିରାଟ କୋହଲି, ଗୌତମ ଗମ୍ଭୀରଙ୍କ ଭିଡିଓ: ପଡିଆ ଭିତରେ ଗପସପ ସହ ପରସ୍ପରକୁ କଲେ ଆଲିଙ୍ଗନ ।

➡️୮- ପୁଣି କମାଲ କଲା ଭାରତୀୟ ସେନା: ମଝି ସମୁଦ୍ରରୁ ୨୩ ପାକିସ୍ତାନୀଙ୍କୁ କଲା ରକ୍ଷା ।

➡️୯- ସୋନପୁର ଜିଲ୍ଲାରୁ ଛତିଶଗଡ଼କୁ କାରରେ ଗଞ୍ଜେଇ ଚୋରା ଚାଲାଣ ବେଳେ, ସମ୍ବଲପୁରରେ ୮୦ କେଜି ଗଞ୍ଜେଇ ଜବତ, ଘଟଣା ରେ ୨ ଜଣଙ୍କୁ ଗିରଫ କରାଯାଇଥିଲା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି ।

➡️୧୦- ଏନସିପି ଅଜିତ ପାୱାର ଗୋଷ୍ଠୀର ତୁଙ୍ଗ ନେତା ପ୍ରଫୁଲ ପଟେଲଙ୍କୁ ସିିବିଆଇର କ୍ଲିନଚିଟ: ବିଜେପିକୁ କଂଗ୍ରେସ କଲା ଟାର୍ଗେଟ ।

➡️୧୧- ଚର୍ଚ୍ଚାରେ ବିଜେପିର ନୂଆ ଭିିଡିଓ: ଇଣ୍ଡିଆ ମେଣ୍ଟକୁ ଟାର୍ଗେଟ କରି ଦଳର ଜାରି କଲା ନୂଆ ବ୍ୟଙ୍ଗତ୍ମାକ ଭିଡିଓ ।

➡️୧୨- ବିଲ୍ ଗେଟସଙ୍କ ମୁହଁରେ ଓଡ଼ିଶା ମିଲେଟର ପ୍ରଶଂସା । କହିଲେ ଏଯାଏଁ ଭୁଲିନାହାନ୍ତି ସ୍ୱାଦ ।

➡️୧୩- ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ରାଲି କରିବ ଇଣ୍ଡିଆ ମେଣ୍ଟ । କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ରାମଲୀଲା ମୈଦାନରେ ଆଜି ମହାରାଲି ।

➡️୧୪- ଶୋଚନୀୟ ହୋଇପଡିଛି କଣିହାଁ କଲେଜ, କୋଠା ଭୁଷୁଡିବା ଆଶଂକାରେ ଆତଙ୍କିତ ଛାତ୍ର ଛାତ୍ରୀ, ନା ଅଛି କଲେଜ ପାଚେରୀ ନା ପିଇବା ପାଣିର ସୁବିଧା ।

➡️୧୫- ଖୋର୍ଦ୍ଧାରେ ଅପରାଜିତାଙ୍କ ଭାଷଣ ଶୁଣି ତାତିଲେ କାଳୁ ଖଣ୍ଡାୟତରାୟଙ୍କ ସମର୍ଥକ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଝାଡିଲେ ଅସନ୍ତୋଷ ।

➡️୧୬- ରାଜ୍ୟ ବିଜେପିର ନିର୍ବାଚନୀ ପରିଚାଳନା ବୈଠକ, ୧୪୭ ନିର୍ବାଚନମଣ୍ଡଳୀରେ ୧୦୦ ରୁ ଅଧିକ ସଭା କରିବ ବିଜେପି ।

➡️୧୭- କଟକ ମଙ୍ଗୁଳି ଟୋଲଗେଟ ନିକଟରୁ ଜବତ ହେଲା ବିଦେଶୀ ସୁନା: କୋଲକାତାରୁ ଚୋରାଚାଲାଣ ହେଉଥିଲା ୯ କେଜି ସୁନା ।

➡️୧୮- ପାଣି ସମସ୍ୟା ନେଇ ରାସ୍ତା ଘେରାଉ କଲେ ନବରଙ୍ଗପୁରର ଚାଷୀ । ବିଭାଗୀୟ ଅଧିକାରୀଙ୍କ ମନଇଚ୍ଛା କାର୍ଯ୍ୟକୁ ବିରୋଧ ।

➡️୧୯- ଡକାୟତି ଯୋଜନା ବେଳ ମାଡି ବସିଲା ପୋଲିସ, ଗତକାଲି ଭୁବନେଶ୍ବର ସହିଦନଗର ଥାନା ଅଂଚଳରେ କିଛି ଡକାୟତ ବଡଧରଣର ଡକାୟତି ପାଇଁ ଯୋଜନା କରୁଥିଲେ।

➡️୨୦- ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୧ ଡିଗ୍ରୀ ଛୁଇଁଲା ତାପମାତ୍ରା: ମାଲକାନଗିରିରେ ସର୍ବାଧିକ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ ।