May 11, 2026

ଶୋଭନୀୟ ଶିକ୍ଷାଶ୍ରମର ୨୨ ତମ ବାର୍ଷିକ ଉତ୍ସବ 

IMG-20250131-WA0042
Share

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ): ସମ୍ବଲପୁର ପୁଟିବନ୍ଦ ଠାରେ ଥିବା ଶୋଭନୀୟ ଶିକ୍ଷାଶ୍ରମର ୨୨ ତମ ବାର୍ଷିକ ଉତ୍ସବ ଇତି ମଧ୍ୟ୍ୟରେ ଅନୁଷ୍ଠିତ ହୋଇଯାଇଛି।

 

ଏଥିରେ ରେବାଦେବୀ ବାଳିକା ଉଚ୍ଚ ବିଦ୍ୟାଳୟର ପରିଚାଳିକା ଓ କାର୍ଯ୍ୟକାରୀ ସମ୍ପାଦିକା ବନଲତା ଦେବୀ ମୁଖ୍ୟଅତିଥି, ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ ମୁଖ୍ୟବକ୍ତା ଓ ମାନେଶ୍ଵର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ଆନ୍ତର୍ଜାତୀୟ ଅଶୋଭନୀୟତା ନିରୋଧ ଆନ୍ଦୋଳନର ଅରୁନ୍ଧତୀ ଦେବୀ ଏଥିରେ ଅଧ୍ୟକ୍ଷତା କରିଥିଲେ।ସଭାରେ ଭାଗ୍ୟବତୀ ଦେବୀ ମଧ୍ୟ୍ୟ ମଞ୍ଚାସିନ ଥିଲେ।ଏହି ଅବସରରେ ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ବିଭିନ୍ନ ଦେଶାତ୍ମକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ସେବାଶ୍ରାମର ଅଧ୍ୟକ୍ଷ ଅକ୍ଷୟ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।