May 11, 2026

ଉମରକୋଟ ନିକଟସ୍ଥ ବେହେଡା ରେ ବାର୍ଷିକ କ୍ରୀଡା ଉତ୍ସବ ପଳିତ- ୨୦୨୫……….

IMG-20250131-WA0015
Share

ଉମରକୋଟ:- ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ବ୍ଲକ ବେହେଡ଼ା ଗ୍ରାମପଞ୍ଚାୟତ ଅଧିନସ୍ଥ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବେହେଡ଼ା ପରିସରଠାରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସଞ୍ଜୟ କୁମାର ସାମଲଙ୍କ ତତ୍ତ୍ଵ।ବଧାନରେ ବାର୍ଷିକ କ୍ରୀଡା ଉତ୍ସବ ଆୟୋଜନ ହୋଇ ତା – ୩୦/୦୧/୨୦୨୫ ରିଖ ରେ ଏହାର ପରିସମାପ୍ତି ଘଟିଛି। ଏହି ଉଜ୍ଜାପନି ଦିବସରେ ସ୍ଥାନୀୟ ବେହେଡ଼ା ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ପ୍ରମିଳା ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ତତସହିତ ବେହେଡ଼ା ଆଞ୍ଚଳିକ ସାଧାନକେନ୍ଦ୍ର ସଂଯୋଜକ ଶ୍ରୀ ବିଷ୍ଣୁ ପ୍ରସାଦ ସାହୁ ମଧ୍ୟ ଯୋଗଦେଇ ଥିଲେ। ଏଥିରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ପ୍ରାୟ ୨୦୦ ରୁ ୩୦୦ ଛାତ୍ର ଛାତ୍ରୀ ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଶ୍ରୀମତୀ ପ୍ରମିଳା ଗଣ୍ଡ ଙ୍କ ହାତରେ ଗୋଲଡ଼ ମେଡାଲ ସହ ସାର୍ଟିଫିକେଟ ମାନପତ୍ର ପ୍ରଦାନ କରାଯାଇଥିଲା।ଏହିଭଳି ୧୦୮ଜଣ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହି ପୂର୍ଣ୍ଣାଙ୍ଗ ସହଯୋଗ କରିଥିଲେ।

ପରିଶେଷରେ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଶ୍ରୀ ବିରଞ୍ଚି ସୁନାନୀ କର୍ମଯୋଗୀ ଓ ଆଶାବାଦୀ ପ୍ରତିଯୋଗି ଛାତ୍ର ଛାତ୍ରୀ ମାନଙ୍କର ଉତ୍ତରତ୍ତର କାମନା କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।