ନୂଆ- ଓ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉଦଯାପନ—
ଗଞ୍ଜାମ ବ୍ଲକଅନ୍ତର୍ଗତ ଖଣ୍ଡଦେଉଳୀ ପଞ୍ଚାୟତ ରେ ଅବସ୍ଥିତ ସହିଦ ଭଗତ ସିଂ କଲେଜରେ ନୂଆ -ଓ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ବୁଧବାର ଉଦଯାପିତ ହୋଇଯାଇଛି l ଏହି ଅବସରରେ ଓଡ଼ିଆ ଭାଷା ସାହିତ୍ୟ ଜଗନ୍ନାଥ ସଂସ୍କୃତିର ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ସହିଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧକ୍ଷ ଦିବାକର ସ୍ୱାଇଁ ସଭାପତିତ୍ୱ କରିଥିଲେ l ମୁଖ୍ୟ ଅତିଥି ଡ଼ଃ ସୁରେନ୍ଦ୍ର ନାଥ ପାଣିଗ୍ରାହୀ ,ମୁଖ୍ୟ ବକ୍ତା ଡ଼ଃ ଲକ୍ଷ୍ମୀ ନାରାୟଣ ଦାସ, ସଂମ୍ମାନିତ ଅତିଥି ସହିଦ ଭଗତ ସିଂ ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପିକା ଡ଼ଃ ଜୟନ୍ତୀ ବେହେରା, ପ୍ରାଧ୍ୟାପକ ଅଭିମନ୍ୟୁ ସାହୁ, ଡ଼ଃ ଭଗବାନ ତ୍ରିପାଠୀ, ମୋଚିରାମ ନାହାକ, ନୋଡାଲ ଅଫିସର ସରୋଜ ଦାସ, ଅଧ୍ୟାପକ ସତ୍ୟ ଭୂଷଣ ପାଢ଼ୀ ପ୍ରମୁଖ ମଂଚାସୀନ ଥିଲେ l ଓଡ଼ିଆ ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ଡ଼ଃ ଗୌରୀ ଶଙ୍କର ଶତପଥୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରୀ ଛାତ୍ରଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ମାନପତ୍ର, ପ୍ରଶଂସା ପତ୍ର ଓ ପୁରସ୍କାର ବିତରଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପିକା ଅଧ୍ୟାପକ, ଛାତ୍ରୀଛାତ୍ର ଉପସ୍ଥିତ ଥିଲେ l(ପ୍ରଦୀପ କୁମାର ପଣ୍ଡା)