November 25, 2024

ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ବୈଜ୍ଞାନିକ ପ୍ରଦର୍ଶନୀ -2023 ଆୟୋଜନରେ କେ.ଏମ. ଭାଲିଆସାହି ଉତ୍ସବ ମୁଖରିତ…

Share

ରା. ଉଦୟଗିରି ,ସରକାରୀ ଉଚ୍ଚ ବିଦ୍ୟାଳୟ, କେ. ଏମ. ଭାଲିଆସାହିଠାରେ ଗଜପତି ଜିଲ୍ଲାର ଶିକ୍ଷାଧିକାରୀ ଶ୍ରୀଯୁକ୍ତ ପ୍ରଦୋଷ କୁମାର ନାୟକଙ୍କ ନିର୍ଦେଶକ୍ରମେ ଓ ଜିଲ୍ଲା ମୁଖ୍ୟ ବିଜ୍ଞାନ ନିରୀକ୍ଷକ ଶ୍ରୀଯୁକ୍ତ ଏ. ରବି କୁମାରଙ୍କ ତତ୍ୱାବଧାନରେ ଜିଲ୍ଲାସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ -2023 ଅତି ଆଡମ୍ବର ସହକାରେ ଆୟୋଜିତ ହୋଇଯାଇଅଛି l ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର 7ଟି ବ୍ଲକରୁ ମୋଟ 70ଟି ପ୍ରକଳ୍ପ ଅଂଶଗ୍ରହଣ କରି ମୁଖ୍ୟ ଆକର୍ଷଣ ସାଜିଥିଲେ l ରା. ଉଦୟଗିରି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ବିରେନ୍ଦ୍ର ମଣ୍ଡଳଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜି. ତିରୁପତି ରାଓ, ରା. ଉଦୟଗିରି ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଲଷ୍ମୀନାରାୟଣ ଶବର ଏବଂ ସମ୍ମାନିତ ଅତିଥି ରୂପେ ରା. ଉଦୟଗିରି ବିଡିଓ ଶ୍ରୀଯୁକ୍ତ ଲରିମନ ଖାରସେଲ, ବିଜେଡି ସଭାପତି ଶ୍ରୀଯୁକ୍ତ ଜଗବନ୍ଧୁ ଦାସ, ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ଦଣ୍ଡପାଣି ବଡମୁଣ୍ଡି, ରା. ଉଦୟଗିରି ବ୍ଲକର ଦୁଇ ଜଣ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଯୁଧିଷ୍ଠିର ବେହେରା ଓ ଶ୍ରୀଯୁକ୍ତ ଶ୍ରୀନିବାସ ବେହେର୍ଦଳାଇ ପ୍ରମୁଖ ଉପସ୍ଥିତ ରହିବା ସହ ଉକ୍ତ ସଭାରେ ଶ୍ରୀଯୁକ୍ତ ଏ. ରବି କୁମାର ମୁଖ୍ୟ ବକ୍ତା ରୂପେ ଯୋଗଦାନ କରିଥିଲେ l ଏହି ଜିଲ୍ଲା ବିଜ୍ଞାନ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ପ୍ରକଳ୍ପଗୁଡିକର ନିରୀକ୍ଷା ପାଇଁ ଶ୍ରୀଯୁକ୍ତ ଦେବଦାସ ତମରାପୁ ଏବଂ ସୁଶ୍ରୀ ଦୀପିକା ପ୍ରିୟଦର୍ଶିନୀ ମୁଖ୍ୟ ବିଚାରକ ଭାବେ ନିଯୁକ୍ତ ହୋଇଥିଲେ l ଉକ୍ତ ସଭାରେ ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ବିବରଣୀ ପଠନ କରିବା ସହ ଅନ୍ୟାନ୍ୟ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନେ ମଧ୍ୟ ଯୋଗଦାନ କରି ସଭାକାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରିଥିଲେ l ଏଥି ସହ 5ଟି ଉପବିଷୟବସ୍ତୁ ମଧ୍ୟରୁ ସ୍ୱାସ୍ଥ୍ୟରେ ଅନିତା ଦଳାଇ, ପରିବେଶ ଜୀବନଶୈଳୀରେ ଅମିଶା ରଇତ, କୃଷିରେ ଶିବାନୀ ଶବର, ପରିବହନ ଓ ଯୋଗାଯୋଗରେ ଜି. ରେଣୁଶ୍ରୀ ଏବଂ ଗଣନାକାରୀ ଚିନ୍ତାଧାରାରେ ନବୀନ ବେହେରା ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି l ଏଥି ସହ ଶ୍ରୀଯୁକ୍ତ ଅଭୟ କୁମାର ଦାସ ଓ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ମଞ୍ଚ ପରିଚାଳନା ଏବଂ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟକୁ ସଫଳତାର ସହ ସମାପନ କରିଥିଲେ ଏବଂ ଏହି କାର୍ଯ୍ୟକ୍ରମରେ ଆୟୋଜକ ବିଦ୍ୟାଳୟ ତଥା ସରକାରୀ ଉଚ୍ଚ ବିଦ୍ୟାଳୟ, କେ.ଏମ.ଭାଲିଆସାହିର ସମସ୍ତ ଶିକ୍ଷକଶିକ୍ଷୟତ୍ରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ l