ବସ ଧକ୍କାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର ସ୍ୱାମୀ ଆଗରେ ଚାଲିଯାଇଛି ସ୍ତ୍ରୀର ଜୀବନ ।
ମୟୂରଭଞ୍ଜ ( ଦେବାଶିଷ ଦାଶ )
ବାଇକକୁ ପଛପଟୁ ଧକ୍କା ଦେଲା ବସ.
ଦୁର୍ଘଟଣାରେ ସ୍ତ୍ରୀର ମୃତ୍ୟୁ ଘଟିଥିବାବେଳେ ସ୍ୱାମୀ ଆହତ ହୋଇଛନ୍ତି । 18 ନଂ ଜାତୀୟ ରାଜପଥର ବାଙ୍ଗରିପୋଷି ଥାନା ଅନ୍ତର୍ଗତ କଳାବାଡ଼ିଆ ନିକଟରେ ଘଟିଛି ଦୁର୍ଘଟଣା । ଗୁରୁତରଥିବା ସ୍ୱାମୀଙ୍କୁ ବାରିପଦା PRM ମେଡିକାଲରେ ଭର୍ତ୍ତି କରାଯାଇଛି। ମୟୁରଭଞ୍ଜ ଜିଲ୍ଲା ଝାରପୋଖରୀଆ ଥାନା ଅନ୍ତର୍ଗତ ଦୋରଖୋଳି ଗ୍ରାମର ଦୀପକ କୁମାର ପୁଷ୍ଟି ବୟସ ୩୦ ଓ ତାଙ୍କ ପତ୍ନୀ କଲ୍ୟାଣି ପୁଥାଳ ବୟସ୨୫। ସୂଚନା ଅନୁଯାୟୀ, ଆଜି ତାଙ୍କ ପତ୍ନୀଙ୍କୁ ଧରି ଏକ ବାଇକ ଯୋଗେ ସାରସକଣାରୁ ବାରିପଦା କୌଣସି ଏକ କାର୍ଯ୍ୟ ରେ ଯାଉଥିଲେ ତେବେ 18ନଂ ଜାତୀୟ ରାଜପଥ କଳାବାଡ଼ିଆ ନିକଟରେ ପଛ ପଟରୁ ଆସୁଥିବା WB 2NB 2363 ନଂ ଏକ ପିକନିକ ବସ ଧକ୍କା ଦେଇଥିଲା । ଫଳରେ ପତ୍ନୀଙ୍କ ଅଣ୍ଟା ଓ ପେଟରେ ଗଭୀର ଆଘାତ ଲାଗିବାରୁ ଘଟଣା ସ୍ଥଳରେ ହିଁ ପତ୍ନୀ ପ୍ରାଣ ହରାଇଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ଘଟାଇ ବସଟି ଫେରାର ହୋଇଯାଇଛି । ଘଟଣା ସ୍ଥଳରେ ବାଙ୍ଗରିପୋଷି ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବାବେଳେ ବାରିପଦା ବାରୁଣୀ ଘାଟରେ ଶେଷକୃତ ସମ୍ପର୍ଣ୍ଣ ହୋଇଛି .
