April 26, 2026

ରସାଳପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶାଳ ରକ୍ତଦାନ ଶିବିର .

IMG-20251230-WA0072
Share

 

ବାଲେଶ୍ବର ( ଦେବାଶିଷ ଦାଶ )

ବାଲେଶ୍ଵର ରସାଳପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ମହତ ଦାନ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା ଲକ୍ଷ ନେଇ ରସାଳପୁର ମାଟିର ବରପୁତ୍ର ଜଗନ୍ନାଥ ଜୀଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଅତିଥିଭାବେ ବରିଷ୍ଠ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର, ପୂର୍ବତନ ସଦର ବିଧାୟକ ସ୍ବରୂପ କୁମାର ଦାସ ଯୋଗଦେଇ ଏହି ମହତ କାର୍ଯ୍ୟ ପାଇଁ କାର୍ଯ୍ୟକ୍ରମର ଆୟୋଜକଙ୍କୁ ସାଧୁବାଦ ଅର୍ପଣ କରିଥିଲେ। ବରିଷ୍ଠ ସାମ୍ବାଦିକ ରଞ୍ଜନ ବାଗ କାର୍ଯ୍ୟକ୍ରମ ସଂଚାଳନ କରିଥିବାବେଳେ ଯଦୁନାଥ ମହାବିଦ୍ୟାଳୟର ଅଧ୍ୟକ୍ଷା ତୃପ୍ତୀରାଣୀ ଦାସ, ସମିତିସଭ୍ୟ ସୂର୍ଯ୍ୟ ମିଶ୍ର, ବରିଷ୍ଠ ନେତା ଅର୍ଜୁନ ଦାସ, ଚିତ୍ତରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏହି ରକ୍ତଦାନ ଶିବିରରୁ ମୋଟ ୩୦୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।