April 27, 2026

ମଝି ସମୁଦ୍ର ମଧ୍ୟରେ ଫସିଲେ 23 ଜଣ ପର୍ଯ୍ୟଟକ .  

IMG-20251230-WA0073
Share

 

 

ବାଲେଶ୍ବର ( ଦେବାଶିଷ ଦାଶ )

 

ଲଞ୍ଚ ର ଇଞ୍ଜିନ ଖରାପ ହେବା ଯୋଗୁଂ ମଝି ସମୁଦ୍ର ମଧ୍ୟରେ ଫସିଲେ 23 ଜଣ ପର୍ଯ୍ଯଟକ, ପୋଲିସର ସହାୟତା ଯୋଗୁଂ ବଡ ଦୁର୍ଘଟଣା ରୁ ରକ୍ଷା ପାଇଲେ 23 ପର୍ଯ୍ୟଟକ, ପଶ୍ଚିମ ବଙ୍ଗ

ଦିଘାରେ ଜଗନ୍ନାଥ ଧାମ ଦର୍ଶନକୁ ଯାଉଥିବା ସମୟରେ ସମୁଦ୍ର ମଧ୍ୟରେ ଭୟାବହ ସମସ୍ୟାର ସମ୍ମୁଖୀନ ହେଲେ ୨୩ ଜଣ ପର୍ଯ୍ୟଟକ, ଗତକାଲି ପଶ୍ଚିମବଙ୍ଗଦକ୍ଷିଣ ଚବିଶ ପରଗଣା ର ପଥର ପ୍ରତିମା ଠାରୁ ଲଞ୍ଚରେ ଦିଘା ଜଗନ୍ନାଥ ଧାମକୁ ଯାଉଥିବା ବେଳେ ହଠାତ୍ ସମୁଦ୍ର ମଧ୍ୟରେ ଲଞ୍ଚର ଇଞ୍ଜିନ ଖରାପ ହୋଇଯାଇଥିଲା,ଦିଘା ମୋହନା ଠାରୁ ପ୍ରାୟ 30 ମିନିଟ ଦୂରେ ଥିବା ସମୟରେ ଲଞ୍ଚଟି ଅଚଳ ହୋଇପଡ଼ିଥିଲା,,ତୁଫାନୀ ସମୁଦ୍ରରେ ଲଞ୍ଚ ଭାସିବା ଲାଗିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା,ଜୀବନ ନେଇ ଭୟରେ ପଡ଼ିଥିବା ଯାତ୍ରୀମାନେ ତୁରନ୍ତ ପୂର୍ବ ମେଦିନୀପୁର ଜିଲ୍ଲା ପୋଲିସର ‘ହେଲ୍ପଲାଇନ୍’ ନମ୍ବରକୁ ଫୋନ୍ କରି ସାହାଯ୍ୟ ଆହ୍ୱାନ କରିଥିଲେ,

ଖବର ପାଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶରେ ଦିଘା ମୋହନା କୋଷ୍ଟାଲ ପୋଲିସ ତୁରନ୍ତ ରାତି ରେ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲା,ପୋଲିସର ସମୟୋଚିତ ଓ ସାହସିକ ପଦକ୍ଷେପ ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳିଗଲା ଏବଂ ସମସ୍ତ 23 ଜଣ ପର୍ଯ୍ୟଟକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ ..