April 26, 2026
ajiro khabar
Share

 

 

୧-ପଦୋନ୍ନତି ପାଇଁ ସମ୍ପତ୍ତି ତାଲିକା ଜରୁରୀ , ଜାନୁଆରୀ ୩୧ ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି।

 

୨-ଶାମ୍ବଦଶମୀ ଅବସରରେ ଆଜି ମାଗଣାରେ ସୂର୍ଯ୍ୟ ମନ୍ଦିର ବୁଲିବେ ପର୍ଯ୍ୟଟକ; ପ୍ରବେଶ ପାଇଁ ଶୁଳ୍କ ଛାଡ।

 

୩-ଆସନ୍ତା ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ହେବ , ସର୍ବାଧିକ ହଜାରେ ଜଣ ପଞ୍ଜୀକରଣ କରିବା ପର୍ଯ୍ୟନ୍ତ ପୋର୍ଟାଲ ଖୋଲା ରହିବ।

 

୪-ଡିସେମ୍ବର ୩୧ ରେ ଶ୍ରୀଜିଉଙ୍କ ସଅଳ ପହୁଡ ଏବଂ ସଅଳ ଦ୍ଵାରଫିଟା ନୀତି, ରାତି ୧୧ରେ ପହୁଡ ହୋଇ ୨ ଟାରେ ଫିଟିବ ଦ୍ୱାର।

 

୫-ନକଲି ଚାଷୀଙ୍କୁ ସରକାରଙ୍କ ନାଲି ଆଖି, ମିଥ୍ୟା ପ୍ଲଟ ଦର୍ଶାଇ ପଞ୍ଜୀକରଣ କରିଥିଲେ ହେବ ଆକ୍ସନ।

 

୬-ଶିଖରଚଣ୍ଡୀ ପାହାଡରୁ ଫେରିଲେ ଦନ୍ତା ହାତୀ। ୬ ଦିନ ପରେ ଭରତପୁର ଜଙ୍ଗଲ ଫେରିଲେ ୨ ହାତୀ। ନାଇଟ୍ ଅପରେସନରେ ହାତୀଙ୍କୁ ଘଉଡ଼ାଇଲା ବନ ବିଭାଗ।

 

୭-ନୂଆବର୍ଷ ପାଇଁ ପୋଲିସର ଗାଇଡଲାଇନ ଜାରି, ରାତି ୧୨ଟା ୩୦ ଯାଏ ହୋଇପାରିବ ଜିରୋ ନାଇଟ୍ ସେଲିବ୍ରେସନ।

 

୮-ଜିରୋ ନାଇଟ୍ ସେଲିବ୍ରେସନ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି, ୩୧ ତାରିଖ ସନ୍ଧ୍ୟା ୭ଟାରୁ ରାତି ୨ଟା ପର୍ଯ୍ୟନ୍ତ ବ୍ଲକିଂ- ଚେକିଂ।

 

୯-କମୁନି ଜରିମାନା ଯନ୍ତ୍ରଣା । ଫାଇନ୍ ଭରିବାକୁ ଲମ୍ବା ଲାଇନ୍ । ରାଜଧାନୀ ଭୁବନେଶ୍ବରର ଟ୍ରାଫିକ ଥାନାରେ ଅସମ୍ଭାଳ ଭିଡ଼ । ଚାଲାଣ ଭରିବା ଲାଗି କାମଧନ୍ଦା ଛାଡ଼ି ସକାଳ ୭ଟା-୮ଟାରୁ ଲାଇନ୍ ଲଗାଇଛନ୍ତି ଲୋକେ।

 

୧୦-କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ଖୋଳତାଡ଼ ଜାରି ରଖିଛି ପୋଲିସ୍, ବିଭିନ୍ନ ବ୍ୟାଙ୍କକୁ ରିକ୍ୟୁଜିସନ୍ ପଠାଇ ତଥ୍ୟ ମାଗିଛି।

 

୧୧-ଆଠଗଡ ଉପଖଣ୍ଡ ଡ଼ାକ୍ତରଖାନାରେ ଫଳକ ଭଙ୍ଗା ପରେ ରାଜନୀତି ସରଗରମ, ଥାନାରେ ୩ଟି ଏତଲା ରୁଜୁ।

 

୧୨-କେନ୍ଦୁଝର ଜିଲ୍ଲା ଗସ୍ତରେ ଥାଇ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ଆଗାମୀ ଦିନରେ ଜିଲ୍ଲାରେ ସ୍ୱତନ୍ତ୍ର ଅଭିଯୋଗ ଶୁଣାଣି ହେବ କହିଲେ।

 

୧୩-ଛତିଶଗଡ ବିଜାପୁରରେ ମାଓ ଆକ୍ରମଣକୁ ପଣ୍ଡ କଲେ ଯବାନ; ଟିଫିନ ବୋମା ସହ ବିପୁଳ ପରିମାଣର ବିସ୍ଫୋରକ ଜବତ

 

୧୪-ଜିରୋ ନାଇଟ୍ ପାଇଁ ଅମାନିଆଙ୍କୁ ସିପିଙ୍କ ଚେତାବନୀ, ଅମାନିଆ ହେଲେ ଥାନାରେ କଟିବ ରାତି।

 

୧୫-ଆସିଲା ମେଡ୍ ଇନ ଇଣ୍ଡିଆ ଏମଆରଆଇ ସ୍କାନର, ବିଦେଶୀ ମେସିନ୍ ତୁଳନାରେ ୪୦% ଶସ୍ତା।ଭକ୍ସେଲଗ୍ରିଡ୍ସ ନାମକ ଏକ ଷ୍ଟାର୍ଟଅପର ପ୍ରତିଷ୍ଠାତା ଅର୍ଜୁନ ଅରୁଣାଚଳମ୍ ଏବଂ ତାଙ୍କ ଟିମ୍ ଏହି ମେସିନ ତିଆରି କରିଛନ୍ତି।

 

୧୬-ଜୟପୁର:୨୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ନକଲି ମଦ ଜବତ, ଚଢ଼ାଉ ବେଳେ ମାଲିକ ଓ କର୍ମଚାରୀ ଫେରାର।

 

୧୭-ମନମୋହୁଛି ବନ୍ଦରନଗରୀ ପାରାଦୀପ; ବଢ଼ୁଛି ପର୍ଯ୍ୟଟକଙ୍କ ସଂଖ୍ୟା, ଜମୁଛି ବଣ ଭୋଜିର ଆସର।

 

୧୮-ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ପ୍ରଦର୍ଶିତ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ଼, କର୍ତ୍ତବ୍ୟ ପଥରେ ବଖାଣିବ ରାଜ୍ୟର ଐତିହ୍ୟ।

 

୧୯-ଚାନ୍ଦିପୁର:ପିନାକା ଲଙ୍ଗ୍ ରେଞ୍ଜ୍ ଗାଇଡେଡ୍ ରେକଟ୍‌ର ସଫଳ ପରୀକ୍ଷଣ, ସ୍ୱଦେଶୀ ପ୍ରତିରକ୍ଷା ଶକ୍ତିକୁ ମିଳିବ ନୂଆ ବଳ।

 

୨୦-ଭାରତୀୟଙ୍କ ଘରେ ଦେଶର GDP ଠାରୁ ଅଧିକ ସୁନା: ୩୪,୬୦୦ ଟନ୍ ଗୋଲ୍ଡର ମୂଲ୍ୟ ୪୫୦ ଲକ୍ଷ କୋଟି, ଜିଡିପି ୩୭୦ ଲକ୍ଷ କୋଟି।

 

୨୧-ରୁଷ ରାଷ୍ଟ୍ରପତି ପୁଟିନଙ୍କ ଘର ଉପରକୁ ଡ୍ରୋନ୍ ଆକ୍ରମଣ; ୟୁକ୍ରେନ୍ ୯୧ଟି ଡ୍ରୋନ୍ ଆଟାକ୍ କରିଥିବା ମସ୍କୋର ଅଭିଯୋଗ।