March 11, 2026
IMG-20251130-WA0050
Share

 

ବାଲେଶ୍ବର ( ଦେବାଶିଷ ଦାଶ )

ଉନ୍ନୟନ ମୂଳକ କାମରେ ବନ ବିଭାଗ ରୋକ ଲଗାଇବାକୁ ବିରୋଧ କରି ମେଳି ବାନ୍ଧିଲେ ତାଳସାରୀ ମତ୍ସ୍ୟଜୀବୀ ସୁରକ୍ଷା ସଂଘ ଏକ ସପ୍ତାହ ମଧ୍ୟରେ ସମାଧାନ ନ ହେଲେ ଆନ୍ଦୋଳନର ହେବ ବୋଲି ଚେତାବନୀ ଦେଲେ ।ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ ତାଳସାରା ବେଳାଭୂମିରେ ନିର୍ମାଣାଧୀନ ଶୁଖୁଆ ଖଳା ନିର୍ମାଣକୁ ନେଇ ବନ ବିଭାଗର ମନମାନିକୁ ବିରୋଧ କରି ଅଣ୍ଟା ଭିଡ଼ିଛନ୍ତି ତାଳସାରୀ ସୁରକ୍ଷା କମିଟି। ସମସ୍ୟାର ସମାଧାନ ପାଇଁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ, ବାଲେଶ୍ବର ଜିଲ୍ଲାପାଳ, ଏସପି, ଭୋଗରାଇ ତହସିଲଦାର ଏବଂ ତାଳସାରୀ ସାମୁଦ୍ରିକ ଥାନା ଅଧିକାରୀଙ୍କୁ ଦିଅଯିବ ବୋଲି କହିଛନ୍ତି। ଆଗାମୀ ଏକ ସପ୍ତାହ ମଧ୍ୟରେ ସମାଧାନ ନ ହେଲେ ବେଳାଭୂମିର ସବୁ ବ୍ୟବସାୟୀଙ୍କ ସମେତ ମତ୍ସ୍ୟଜୀବୀ ମାନେ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।