ଘରେ କଳା କନା ବୁଲାଇଲେ ଦୁର୍ବୁତ୍ତL
ବାଲେଶ୍ବର ( ଦେବାଶିଷ ଦାଶ )
ଘରେ କଳା କନା ବୁଲାଇଲେ ଲୁଟେରା।ଘରେ କେହି ନଥିବା ବେଳେ ମୌକା ଦେଖି ଏଭଳି କାଣ୍ଡ ଉଭାଇଛନ୍ତି ଦୁର୍ବୃତ। ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଲୁଟ ହେଇଥିବା ଅଭିଯୋଗ ହୋଇଛି।
ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ଗୁଣୁସାର୍ଥା ଗ୍ରାମର ତପନ କୁମାର ପାଣିଗ୍ରାହୀଙ୍କ ଘରୁ ଲୁଟ ହୋଇଛି। ତପନଙ୍କ ପରିବାର ଭୁବନେଶ୍ୱର ଯାଇଥିଲା ବେଳେ ଆଜି ଭୁବନେଶ୍ୱରରୁ ଗାଁକ ଫେରି ବେଳେକୁ ଘରୁ ଲୁଟ୍ ହେଇଥିବା ଦେଖିଥିଲେ । ଘରର ତାଲା କାଟି ସଟର ତାଡ଼ି ସମସ୍ତ ଘରର ସାମଗ୍ରୀ ଲୁଟ୍ କରିନେଇ ଥିଲେ ଦୁର୍ବୁତ୍ତ । ଅଭିଯୋଗ ପରେ କମର୍ଦ୍ଦା ପୋଲିସ୍ ଘଟଣା ସ୍ଥଳରେ ପହଂଚି ଛାନଭିନ୍ କରୁଛି।
