କରତକଳ ଉପରେ ଚଢାଉ…
ବାଲେଶ୍ବର ( ଦେବାଶିଷ ଦାଶ )
ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ରେଞ୍ଜ ଅଧିନସ୍ଥବସ୍ତା ବ୍ଲକ ବାଉଁଶମୁଖା ଗ୍ରାମ ରେ ଥିବା ବେଆଇନ କରତ କଳ ଉପରେ ବନବିଭାଗର ଚଢ଼ାଉ ରେ ଲକ୍ଷା ଧିକ ଟଙ୍କା ର ମୂଲ୍ୟବାନ କାଠ ଜବତ
ସୂଚନା ଅନୁସାରେ ବାଉଁଶମୁଖା ଗ୍ରାମ ରେ ଏକ ଉଠା କରତକଳ ଦୀର୍ଘ ଦିନ ଧରି ଚାଲିଆସୁଥିବା ଖବର ପାଇ ଡି ଏଫ ଓ ବାଲେଶ୍ୱର ଙ୍କ ନିର୍ଦେଶ କ୍ରମେ ଚାନ୍ଦିପୁର ରେଞ୍ଜର ମନୁଆର ଖାନ, ଚାନ୍ଦିପୁର, ବସ୍ତା ଏବଂ ନୀଳଗିରି ର ଫରେଷ୍ଟ ଗାର୍ଡ ଙ୍କ ସହ ସମସ୍ତ ଷ୍ଟାଫ ଅପରାହ୍ନ ତିନିଟା ସମୟରେ ଚଢ଼ାଉ କରିଥିଲେ. ତେବେ ଚଢ଼ାଉ ସମ୍ପର୍କ ରେ ଜାଣିପାରି ଜନୈକ ବ୍ୟବସାୟୀ ତାଙ୍କର ଉଠା କରତକଳ ମେସିନ କୁ ତୁରନ୍ତ ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର କରିଥିବା ବେଳେ, ଅଧିକାରୀ ମାନେ ସେଠାରେ ପହଂଚି ଗଛିତ ଥିବା ଦାମୀ କାଠ ସବୁ ଜବତ କରି ନେଇଯାଇଥିଲେ. ତେବେ ଜବତ କାଠ ର ଆନୁମାନିକ ମୂଲ୍ୟ ଷାଠିଏ ହଜାର ଟଙ୍କା ହେବ ବୋଲି କହିଛନ୍ତି ରେଞ୍ଜର।
