June 21, 2026
IMG-20241130-WA0043
Share

 

କୋଲନରା :- ରାୟଗଡା ଜିଲ୍ଲା କୋଲନରା ବ୍ଲକ ବାଙ୍କିଲି ଗ୍ରାମ ପଞ୍ଚାୟତ ଖମ୍ବେସୁ ଗ୍ରାମରେ ନଳକୂପ ପିଣ୍ଢି କରିବାକୁ ଦାବି ହୋଇଛି।ଗ୍ରାମରେ ୫୦ ଗୋଟି ପରିବାର ବସବାସ କରୁଥିବା ବେଳେ ଗ୍ରାମରେ ତିନଟି ନଳକୂପ ଅଛି ।ସବୁ ନଳକୂପ ଭଲ ଥିବାବେଳେ ଗୋଟିଏ ନଳକୂପ ରେ ପିଣ୍ଢି ନିର୍ମାଣ ହୋଇନାହିଁ । ଯୋଉ ଫଳରେ ନଳକୂପ ରୁ କାଦୁଅ ପାଣି ବାହାରୁଛି । କାଦୁଅ ପାଣି ବାହାରିବା ବେଳ ଲୌହ ଗନ୍ଧ ହୋଉଥିବା ଗ୍ରାମବାସୀ କହିଛନ୍ତି।ସେହି ନଳକୂପ ର ପାଣି ବ୍ୟବହାର କରିଲେ ପେଟ ବ୍ୟଥା ହୋଇ ଦାନ୍ତ କଳା ହୋଇଯାଉଛି ବୋଲି କହିଛନ୍ତି।ପିଣ୍ଢି ନିର୍ମାଣ ନ ହେଲେ ପାଣି ପିଇବା ଉପଯୋଗ ନୁହେଁ କି ଜୀବନ ପ୍ରତି ବିପଦ ଦେଖା ଯାଉଛି ବୋଲି ଚର୍ଚ୍ଚା ହେଉଛି।ପିଣ୍ଢି ନିର୍ମାଣ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ବାରମ୍ବାର ଜଣେଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ ବୋଲି ସାଧାରଣ ରେ ଦାବି ହୋଇଛି।ଏହି ସମ୍ପର୍କରେ ପଞ୍ଚାୟତ କାର୍ଯ୍ୟ ନିର୍ବାହ ଅଧିକାରୀ ଜୀବନ ଜେନା ଙ୍କୁ ଯୋଗ ଯୋଗ କରିବାରୁ ଯୋଗାଯୋଗ ହୋଇପାରି ନ ଥିଲା ।
ରିପୋର୍ଟ : ସଞ୍ଜୀବ କଣ୍ଡାଗରୀ