July 6, 2024

ରମ୍ଭା ରେ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ପ୍ରାକ ପ୍ରସ୍ତୁତି ବୈଠକ

Share

ରମ୍ଭା ରେ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ପ୍ରାକ ପ୍ରସ୍ତୁତି ବୈଠକ

—————————————-

ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା

ରମ୍ଭା ସହର ଅନ୍ତର୍ଗତ ରାଜ୍ୟ ସ୍ତରୀୟ ଭାରତୀୟ କ୍ରିକେଟ ଟୁର୍ନାମେଣ୍ଟ ରମ୍ଭା କ୍ରିକେଟ କ୍ଳବ ପକ୍ଷରୁ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ସଭାପତି ସୀମାଞ୍ଚଳ ବାଡ଼ତ୍ୟା ଙ୍କ ପୌରାହିତ୍ୟ ରେ ଆୟୋଜିତ ହୋଇଥିଲା l ଏହି ଟୁର୍ନାମେଣ୍ଟ ରେ ଭାଗ ନେବାନେଇ ଓଡିଶା ସମେତ ବିଭିନ୍ନ ରାଜ୍ୟ ତଥା ଛତିଶଗଡ଼, ଆନ୍ଧ୍ର ପ୍ରଦେଶ,ମଧ୍ୟ ପ୍ରଦେଶ ର ବିଭିନ୍ନ କ୍ରିକେଟ କ୍ଲବ ସ୍ୱୀକୃତି ପ୍ରଦାନ କରିଥିବା ରମ୍ଭା କ୍ରିକେଟ କ୍ଳବ ର ସମ୍ପାଦକ ବିବେକାନନ୍ଦ ପଟନାୟକ ସୂଚନା ଦେଇଛନ୍ତି l ଏହି ଟୁର୍ନାମେଣ୍ଟ ଆସନ୍ତା ଡିସେମ୍ବର ମାସରେ ଆରମ୍ଭ କରାଯିବା ନେଇ ସର୍ବ ସମ୍ମତିକ୍ରମେ ଘୋଷଣା କରାଯାଇଥିଲା l ଉପସଭାପତି ହିମାଂଶୁ ବୈଠାରୁ ,ସହ ସମ୍ପାଦକ କ୍ଷେତ୍ର ମୋହନ ବେହେରା, କାର୍ଯ୍ୟକାରୀ ସଭ୍ୟ ପ୍ରଦୀପ ବେହେରା,ମ୍ୟାନେଜର ସନ୍ଦୀପ କୁମାର,କ୍ଳବର ସାଧାରଣ ସଦସ୍ୟ ତଥା ଏନଏସି ଅଧ୍ୟକ୍ଷା ପ୍ରତିନିଧି କାହ୍ନା
ସ୍ୱାଇଁ,ଆଇନଜୀବୀ ଟିପୁ ବେହେରା,ହାପି, ପ୍ରଫୁଲ,ସଚିନ, ଜଗା,ଧୀରଜ , ଶୁଭଙ୍କର,ରତିକାନ୍ତ, ପପୁ, ସିଲୁ ପ୍ରମୁଖ ଉପସ୍ଥିତ ରହିଥିଲେ l

You may have missed