July 6, 2024

ନବରଙ୍ଗପୁର ଜିଲ୍ଲାର ପ୍ରଥମ ଘଟଣା ଉମରକୋଟର ଶାଶ୍ଵତ ଜିଲ୍ଲା ପାଇଁ ଥିଲା ଆଜି ପ୍ରଥମ ଘଟଣ। ଓ ଐତିହ।ସିକ ଦିନ ।

Share

ନବରଙ୍ଗପୁର ଜିଲ୍ଲାର ପ୍ରଥମ ଘଟଣା ଉମରକୋଟର ଶାଶ୍ଵତ ଜିଲ୍ଲା ପାଇଁ ଥିଲା ଆଜି ପ୍ରଥମ ଘଟଣ। ଓ ଐତିହ।ସିକ ଦିନ ।

ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ

ସମଗ୍ର ନବରଙ୍ଗପୁର ଜିଲ୍ଲା ପାଈଁ ଆଜି ଗୌରବ ଆଣିଛନ୍ତି ଉମରକୋଟର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଅଷ୍ଟମ ଶ୍ରେଣିର ଛାତ୍ର ଶାଶ୍ଵତ ପଟନାୟକ। ସେ ଭାରତ ବର୍ଷର ସବୁଠୁ ଲୋକ ପ୍ରିୟ ଜାତିୟ ସ୍ତର ର ଟିଭି ସୋ କୌନ ବନେଗା କୋରଡ ପତି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରି ୧୩.୪୦ ହଜାର ଟଙ୍କା ଜିତି ସମଗ୍ର ନବରଙ୍ଗପୁର ଜିଲ୍ଲାରେ ଚହଳ ସୃଷ୍ଟି କରିଛନ୍ତି। ଶାଶ୍ବତ ବୋଲି ଉଡ ଜଗତ ର ମହା ନାୟକ ଅମିତାଭ ବଚ୍ଚନ ଙ୍କ ସହ ଗତ ୭ ତାରିଖ ରୁ ଖେଳି ମୁମ୍ବାଇରୁ
ଉମରକୋଟ ଫେରି ଆସି ଥିଲେ। ଶାଶ୍ୱତ
ଙ୍କ ର ଏହି ସଫଳତା ଖବର ପ୍ରଘଟ ହେବା ଠାରୁ ସମଗ୍ର ନବରଙ୍ଗପୁର ଜିଲ୍ଲାରେ ଶାଶ୍ବତ ଏକ ଚର୍ଚ୍ଚା ର କେନ୍ଦ୍ର ବିନ୍ଧୁରେ ରହିଛନ୍ତି। 27 ତାରିଖରୁ ଆରମ୍ଭ ହୋଇଥିବା କେବିସି ଜୁନିଅର କାର୍ଯ୍ୟକ୍ରମରେ ସେ ଅଂଶ ଗ୍ରହଣ କରିଥିଲେ ଓ 29 ତାରିଖ ରେ ହଟ ସିଟ ରେ ପହଞ୍ଚି ଥିଲେ। ଯାହା କି କାଲି ପ୍ରସାରଣ ହେଇ ଥିଲା। ଜଗତର ଅପ୍ରତିଦ୍ଵନ୍ଦୀ ହିରୋ ଓ ସୁପରଷ୍ଟାର ଶ୍ରୀ ଅମିତାଭ ବଚ୍ଚନ ଏହାକୁ ପରିଚାଳନା କରିଥିବା ବେଳେ ଶାଶ୍ବତ ଙ୍କ ଖେଳ ରେ ସେ ଅତ୍ୟନ୍ତ ମୁଗ୍ଧ ହୋଇଥିଲେ। ଶାଶ୍ବତ ବିନା ଲାଇଫ ଲାଇନ ବ୍ୟବହାର କରି 6 ଲକ୍ଷ 40 ହଜାର ଜିତି ଥିଲେ। ଯାହାକି ସେଠାରେ ଉପସ୍ଥିତ ଥିବା ଦର୍ଶକ ମାନଙ୍କୁ ବେଶ ପ୍ରଭାବିତ କରିଥିଲା। ପିଲା ବେଳରୁ ଜଣେ ମେଧାବୀ ଛାତ୍ର ଭାବେ ପରିଚିତ ଶାଶ୍ଵତ ପଟ୍ଟନାୟକ କୌନ ବନେଗ। କରଡ ପତି ପରି ଏକ ଜାତିୟ ଟିଭି ସୋ ରେ ଅଂଶ ଗ୍ରହଣ କରିବା ନବରଙ୍ଗପୁର ଜିଲ୍ଲା ପାଇଁ ପ୍ରଥମ ଅଟନ୍ତି। ଉମରକୋଟ ସହର କୁ ଜାତୀୟ ସ୍ତର ରେ ପରିଚିତ କରାଇବା ରେ ଶାଶ୍ଵତ ସଫଳ ହେବା ସହ ପୃଥିବୀ ର ମୁଁ ଜଣେ ଶକ୍ତି ଶାଳୀ ବ୍ୟକ୍ତି ହେବ। ପାଇଁ ଚାହେଁ କହି ବିଗ ବି ଙ୍କୁ ପ୍ରଭାବିତ କରି ଥିଲେ ଶାଶ୍ଵତ। ଏପରି କି ଅମିତାଭ ବଚ୍ଚନଙ୍କ କଥା ସମଗ୍ର ଭାରତ ବର୍ଷ ଶୁଣେ ବୋଲି ଶାଶ୍ୱତ କହିବା ମାତ୍ରେ ବିଗ୍ ବୀ ଭାବ ବିହୁଳ ହେଇ ପଡିଥିଲେ। ଶାଶ୍ବତ ପଟ୍ଟନାୟକ ହେଉଛନ୍ତି ଉମରକୋଟ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବକୋଦା ର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ନରେଶ ଚଂଦ୍ର ପଟ୍ଟନାୟକ ଓ ମାତା ହେଉଛନ୍ତି ତୁଷ।ରି ପଟନାୟକ ଯିଏ କି ଝରିଗାଁ ମହାବିଦ୍ୟାଳୟ ର ଅର୍ଥନୀତି ବିଭାଗ ର ଅଧ୍ୟାପିକା ଅଟନ୍ତି। ଅବସର ପ୍ରାପ୍ତ ରାଜସ୍ବ ନୀରିକ୍ଷକ ଶ୍ରୀ ଭରଦ ରାଜ ପଟ୍ଟନାୟକ ଓ ମସଜିଦ ସାହି ର ଶ୍ରୀ କୋଟେଶ୍ୱର୍ ପଟ୍ଟନାୟକ ଓ ଗୀତା ପଟ୍ଟନାୟକଙ୍କ ନାତି
ହେବା ସହ ରାଇଘର ପଞ୍ଚାୟତ ସମିତି କଲେଜ ର ବରିଷ୍ଠ ଅର୍ଥନୀତି ବିଭାଗର ବରିଷ୍ଠ ଅଧ୍ୟାପକ ରମେଶ ପଟନାୟକ ର ପୁତୁରା ଅଟନ୍ତି ।ଏହି ସଫଳତା ପରେ ଶାଶ୍ଵତ ଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିବା ରେ ଲାଗିଛି।12 ଲକ୍ଷ 50 ହଜାର ଟଙ୍କା ରେ ସେ ପ୍ରଥମ ଲାଇଫ ଲାଇନ ନେବା ପରେ ପରବର୍ତ୍ତୀ ପ୍ରଶ୍ନ ର ଉତ୍ତର ନ ଜାଣି ପାରି ଦର୍ଶକ ଙ୍କ ସାହାଯ୍ୟ ମାଗି ଥିଲେ। ଯେହେତୁ ପ୍ରଶ୍ନ ବହୁତ କଠିନ ଥିଲା ଦର୍ଶକ ଠିକ ଉତ୍ତର ଦେଇ ନ ପାରିବାରୁ ଶାଶ୍ଵତ ଖେଳକୁ ଛାଡି ଛାଡ଼ି ସର୍ବ ମୋଟ 13 ଲକ୍ଷ 50 ହଜାର ଟଙ୍କା ବିଜୟୀ ହେଇ ଥିଲେ। ଶାଶ୍ୱତ ସର୍ବ ମୋଟ 6 ଗୋଟି ଭାଷା ଜାଣିଥିବା ଜାଣି ସୁପରଷ୍ଟାର ଶ୍ରୀ ଅମିତାଭ ବଚ୍ଚନ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ। ଶାଶ୍ୱତ ସେହିଭଳି ଟ୍ରିପଲ ଅଫ ରେ ମଧ୍ଯ ମାତ୍ର 2.7 ସେକେଣ୍ଡ ରେ ଦଶଟି ପ୍ରଶ୍ନ ରୁ ୯ ଟିର ଉତ୍ତର ଦେଇ ଅମିତାଭ ବଚ୍ଚନ ଙ୍କୁ ବହୁତ କରିଥିଲେ। ଜଗତ ର ମହାନାୟକ ଅମିତାଭ ବଚ୍ଚନ ଙ୍କୁ ଭେଟି ତାଙ୍କ ସହ ଖେଳ ଖେଳିବା ଜୀବନର ଏକ ନିଆରା ଅନୁଭୂତି ବୋଲି ବର୍ଣ୍ଣନା କରିବା ସହ ପ୍ରତି ଟି କ୍ଷେତ୍ରରେ ସଦ। ସର୍ବଦା ଚେଷ୍ଟା କଲେ ପ୍ରତ୍ୟେକ ଛାତ୍ର ଛାତ୍ରୀ ସଫଳ ପାଇବେ ବୋଲି କୁହନ୍ତି ଶାଶ୍ଵତ ପଟ୍ଟନାୟକ। ଏହି କାର୍ଯ୍ୟକ୍ରମ ରେ ଶାଶ୍ଵତ ଓ ତାଙ୍କ ବାପା ମା ଅମିତାଭ ବଚ୍ଚନ ଙ୍କୁ ନବରଙ୍ଗପୁର ଜିଲ୍ଲାରେ
ପ୍ରସିଦ୍ଧି ହାସଲ କରିଥିବା ଲାଖ ର ମାଛ ଓ ଧାନରେ ନିର୍ମିତ ଗଣେଷ ମୂର୍ତ୍ତି ଉପ ହାର ଦେଇ ଥିଲେ ଯାହାକି ଅମିତାଭ ଅତ୍ୟନ୍ତ ଖୁସି ପ୍ରକଟ କରି ଥିଲେ।

You may have missed