October 30, 2026

ଓଡ଼ିଶାରେ ୩,୮୫୫.୩୮ କୋଟିର ୨୨ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ

IMG-20261030-WA0053
Share

 

 

 

ଭୁବନେଶ୍ୱର(ସୁଧାଂଶୁ ଶେଖର ପରିଡା): ଓଡ଼ିଶାରେ ୩,୮୫୫.୩୮ କୋଟି ଟଙ୍କାର ୨୨ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୫୧ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ଏହି ଅନୁମୋଦନ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ୭,୭୬୫ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆଶା ରହିଛି। ରାଜ୍ୟର ୧୨ଟି ଜିଲ୍ଲାରେ ଏହି ପ୍ରକଳ୍ପଗୁଡ଼ିକ ପ୍ରତିଷ୍ଠା ହେବାକୁ ପ୍ରସ୍ତାବ ରହିଛି। କାଗଜ ଓ ପ୍ୟାକେଜିଂ ଶିଳ୍ପରେ ୧,୦୨୯ କୋଟିରୁ ଅଧିକ ଟଙ୍କା ନିବେଶ ହେବ। ବାୟୋଫୁଏଲ୍ କ୍ଷେତ୍ରରେ ତିନୋଟି ପ୍ରକଳ୍ପ ପାଇଁ ୬୮୦ କୋଟି ଟଙ୍କା ଅନୁମୋଦନ ହୋଇଛି।

 

 

ଏରୋସ୍ପେସ୍ ଓ ପ୍ରତିରକ୍ଷା, ଔଷଧ ଉତ୍ପାଦନ ଏବଂ ଷ୍ଟିଲ୍ ଶିଳ୍ପରେ ମଧ୍ୟ ନୂଆ ନିବେଶ ହେବ। ପର୍ଯ୍ୟଟନ କ୍ଷେତ୍ରରେ ଛଅଟି ପ୍ରକଳ୍ପ ପାଇଁ ୧,୦୩୫.୬୨ କୋଟି ଟଙ୍କାର ନିବେଶକୁ ମଞ୍ଜୁରୀ ମିଳିଛି। ଗଞ୍ଜାମରେ ଲଜିଷ୍ଟିକ୍ସ ପାର୍କ ଏବଂ ଖୋର୍ଦ୍ଧାରେ ଗ୍ଲୋବାଲ୍ କମ୍ପିଟେନ୍ସି ସେଣ୍ଟର୍ ପ୍ରତିଷ୍ଠା ହେବ। ଏହି ନିବେଶ ଦ୍ୱାରା ରାଜ୍ୟର ଶିଳ୍ପାୟନ, ଆର୍ଥିକ ବିକାଶ ଓ ନିଯୁକ୍ତି ସୃଷ୍ଟିକୁ ଗତି ମିଳିବା ସହ ‘ସମୃଦ୍ଧ ଓଡ଼ିଶା ୨୦୩୬’ ଲକ୍ଷ୍ୟ ପୂରଣରେ ସହାୟତା ମିଳିବ ବୋଲି ଆଶା କରାଯାଉଛି।