October 30, 2026
ajiro khabar
Share

 

 

୧- ତପ୍ତପାଣି ଘାଟିରେ ଭୂସ୍ଖଳନ; ଗଞ୍ଜାମରୁ ୫ଟି ଜିଲ୍ଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ।

 

୨- ବିଧାନସଭା ବନ୍ଦ କରିବେ, ପୁଣି କହିବେ ଗଣତନ୍ତ୍ରର ହତ୍ୟା! ପୂର୍ବ ସରକାରଙ୍କୁ ବିଧାୟକ ବାବୁ ସିଂହଙ୍କ ଟାର୍ଗେଟ୍‌।

 

୩- ଗଞ୍ଜାମର ଜଗନ୍ନାଥପ୍ରସାଦ ଅଞ୍ଚଳରୁ ଆସିଲା ସାଂଘାତିକ ଚିତ୍ର; ଜଣେ ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚରରେ କାନ୍ଧେଇ କାନ୍ଧେଇ ନେଲେ ଅଗ୍ନିଶମ କର୍ମଚାରୀ, କାର୍ଯ୍ୟକୁ ସାଧାରଣରେ ପ୍ରଶଂସା।

 

୪- ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ଦିନ କୋଟିଆରେ ଉପସ୍ଥିତ ରହିବେ ଓଡ଼ିଶାର ସର୍ବଦଳୀୟ ନେତା; କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବସିଥିବା ବୈଠକରେ ନିଷ୍ପତ୍ତି।

 

୫- ବାତ୍ୟା ଓ ବନ୍ୟା ଯୋଗୁଁ CT/D.El.Ed ୩ୟ ପର୍ଯ୍ୟାୟ ସ୍ଲାଇଡ୍-ଅପ୍ ଅବଧି ଆଉ ୨ ଦିନ ବୃଦ୍ଧି; ‘ଏକ୍ସ’ (Twitter) ଜରିଆରେ ସୂଚନା ଦେଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ।

 

୬- ଆଦିବାସୀ ନେତା ଭାଗୀରଥି ମାଣ୍ଡାଙ୍ଗୀ ହତ୍ୟା ମାମଲା: ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କ ଜାମିନ ଆବେଦନ ଖାରଜ କଲେ ସର୍ବୋଚ୍ଚ ନ୍ୟାୟାଳୟ (ସୁପ୍ରିମକୋର୍ଟ)।

 

୭- ବାତ୍ୟା ପ୍ରଭାବରେ ଗଞ୍ଜାମରେ ସଙ୍ଗିନ୍ ବନ୍ୟା ପରିସ୍ଥିତି; ଋଷିକୂଲ୍ୟା ନଦୀ ବିପଦ ସଂକେତ ଉପରେ ପ୍ରବାହିତ, ଏତେ ପରିମାଣର ବର୍ଷା ଆକଳନ କରାଯାଇ ନ ଥିଲା ବୋଲି ପ୍ରେସମିଟ୍‌ରେ ସୂଚନା ଦେଲେ EIC ଦିଲ୍ଲୀପ କୁମାର ରାଉତ।

 

୮- ବନ୍ୟା ବିପତ୍ତି: ଉଦ୍ଧାର କାର୍ଯ୍ୟରେ ନିୟୋଜିତ କୋଷ୍ଟଗାର୍ଡ ହେଲିକପ୍ଟର; ଜଗମୋହନ PHCରୁ ୬ ଜଣଙ୍କୁ ଧରାକୋଟକୁ ଏୟାରଲିଫ୍ଟ କରାଗଲା।

 

୯- ୩୧ ତାରିଖ ବେଳକୁ ବଙ୍ଗୋପସାଗରରେ ଅବପାତ ସମ୍ଭାବନା; ପରବର୍ତ୍ତୀ ୨ ଦିନରେ ଅଧିକ ଘନୀଭୂତ ହୋଇ ଆନ୍ଧ୍ର ଉପକୂଳ ମୁହାଁ ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ।

 

୧୦- ଲଗାଣ ବର୍ଷାରେ ବୁଡ଼ିଲା ବାଲେଶ୍ୱରର ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ମଣ୍ଡପ ଉପରେ ଆଣ୍ଠୁଏ ଉଚ୍ଚର ପାଣି, ସାଧାରଣ ସ୍ପର୍ଶ ଦର୍ଶନ ସାମୟିକ ବନ୍ଦ।

 

୧୧- ବିଧାନସଭା କାର୍ଯ୍ୟ ସୁରୁଖୁରୁରେ ଚଳାଇବା ପାଇଁ ସବୁ ରାଜନୈତିକ ଦଳକୁ ଅନୁରୋଧ କଲେ ବାଚସ୍ପତି।

 

୧୨- ଭଞ୍ଜନଗରରେ ବର୍ଷା ଓ ବନ୍ୟାର କରାଳ ରୂପ; ବାଇପାସ୍ ରୋଡ୍‌ରେ ଥିବା ବାଇକ୍ ଶୋ’ରୁମ୍ ସହ ବହୁ ଦୋକାନ ବଜାର ଜଳମଗ୍ନ।

 

୧୩- ପାହାଡ଼ିଆ ବନ୍ୟା ଯୋଗୁଁ ତପ୍ତପାଣି ଘାଟିରେ ଭୂସ୍ଖଳନ; ବିରାଟ ପଥର ଖସି ପଡ଼ିବାରୁ ଗଞ୍ଜାମ-ଗଜପତି ଯୋଗାଯୋଗ ବିଚ୍ଛିନ୍ନ, ବହୁ ପର୍ଯ୍ୟଟକ ଫସି ରହିଥିବା ସୂଚନା।

 

୧୪- ବାତ୍ୟା ପ୍ରଭାବରେ ଧୋଇଗଲା NH-୩୨୬; ମୋହନାରୁ କନ୍ଧମାଳ ଏବଂ ଗଞ୍ଜାମ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ।

 

୧୫- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କଲେ ଓଡ଼ିଶାର ରାଜ୍ୟପାଳ; ରାଜ୍ୟରେ ସୃଷ୍ଟି ହୋଇଥିବା ବାତ୍ୟା ଓ ବନ୍ୟା ପରିସ୍ଥିତି ସମ୍ପର୍କରେ କଲେ ଅବଗତ।

 

୧୬- ସୋରଡ଼ାରେ ବନ୍ୟା ବିତ୍ପାତ; ଅନେକ ତଳିଆ ଅଞ୍ଚଳ ଜଳବନ୍ଦୀ, ବଢ଼ୁଛି ଲୋକଙ୍କ ଦୁର୍ଦ୍ଦଶା।

 

୧୭- ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି, ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ।

 

୧୮- ଗଞ୍ଜାମ ଜିଲ୍ଲା ସର୍ବାଧିକ ପ୍ରଭାବିତ; ୨୨ଟି ବ୍ଲକ୍‌ର ୨୦୮ ପଞ୍ଚାୟତ ଓ ପ୍ରାୟ ୪୨,୫୦୦ ଲୋକ କ୍ଷତିଗ୍ରସ୍ତ ହୋଇଥିବା କହିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

 

୧୯- ଫୁଲବାଣୀ: କଳିଙ୍ଗା ଘାଟିର ଅନ୍ଧାରୀକୋଟ ନିକଟରେ ପୁଣି ଭୂସ୍ଖଳନ; ମରାମତି ସରି ନ ଥିବା ବେଳେ ବଡ଼ ପଥର ଖସିବାରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ।

 

୨୦- ମୋହନାର ଲେଡ଼ବନ୍ଧ ନିକଟରେ NH-୩୨୬ର ପ୍ରାୟ ୩୦୦ ମିଟର ରାସ୍ତା ସମ୍ପୂର୍ଣ୍ଣ ଧୋଇଗଲା।

 

୨୧- ରାଜ୍ୟସଭା ନିର୍ବାଚନରେ କ୍ରସ୍‌-ଭୋଟିଂ ବିବାଦ: ଅରବିନ୍ଦ ମହାପାତ୍ର, ସୁବାସିନୀ ଜେନା, ସନାତନ ମହାକୁଡ଼, ସୌଭିକ ବିଶ୍ୱାଳ ଓ ଚକ୍ରମଣି କହଁରଙ୍କ ସମେତ ୫ ଜଣ ବିଜେଡି ବିଧାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍।

➖➖➖➖➖➖➖➖➖➖➖