ଅଜଣା ଯୁବକର ମଟର ସାଇକେଲ ଧକାରେ ବୃଦ୍ଧ ମୃତ

ବୋଲଗଡ,୩୦/୧୦(ଉପାନ୍ତ ଖବର): ବୋଲଗଡ ଥାନା ଫାସୀଓଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗୀସାହି ଗ୍ରାମର ସଦାନନ୍ଦ ସ୍ୱାଇଁ (୮୦)ଙ୍କର ଗୁରୁବାରଦିନ ଅପରାହ୍ନ ୩ଟା ସମୟରେ OR-୧୩/H୨୧୧୯ ନମ୍ବର ବିଶିଷ୍ଠ ଏକ ଲାଲ ରଙ୍ଗର ପଲସର ମଟର ସାଇକେଲ ଧକାରେ ଆଜି ମୃତ୍ୟୁ ଘଟିଛି l ଦୃଘଟଣା ଘଟାଇଥିବା ଅଜଣା ଯୁବକକୁ ସ୍ଥାନୀୟ ଯୁବ ଗୋଷ୍ଠୀ ଓ ଟାଙ୍ଗୀସାହି ବଜାରର ବ୍ୟବସାୟୀ ମାନେ ମିଳିତ ଭାବେ ଅଟକ ରଖି ବୋଲଗଡ ଥାନାକୁ ସଙ୍ଗେ ସଙ୍ଗେ ଜଣାଇଥିଲେ l ବୋଲଗଡ ପୋଲିସ ବାହିନୀ ମଟର ସାଇକେଲ ଦୃଘଟଣା ଖବର ପାଇ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଦୃଘଟଣା ଘଟଇଥିବା ଯୁବକକୁ ଉଦ୍ଧାର କରି ବୋଲଗଡ ଥାନାକୁ ଆଣିବା ସଙ୍ଗେ ସଙ୍ଗେ ଗୁରୁତ୍ୱରଭାବେ ଆହତ ହୋଇଥିବା ବୃଦ୍ଧ ସଦାନନ୍ଦ ସ୍ୱାଇଁଙ୍କୁ ଆମ୍ବୁଲାନ୍ସ ଗାଡ଼ି ଯୋଗେ ଆଶୁ ଚିକିତ୍ସା ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ସରକାରୀ ମୁଖ୍ୟ ଡାକ୍ତର ଖାନାକୁ ପଠାଇଥିଲେ l ସେଠାରେ ଚିକିତ୍ସିତ ଅବସ୍ଥାରେ ଗୁରୁତ୍ୱର ଭାବେ ଆହତ ବୃଦ୍ଧ ଶ୍ରୀ ସ୍ୱାଇଁଙ୍କର ମୁର୍ତ୍ୟୁ ଘଟିଛି l ଆସନ୍ତାକାଲି ଶବ ବ୍ୟବଛେଦ ପରେ ମୃତ ବୃଦ୍ଧ ଶ୍ରୀ ସ୍ୱାଇଁଙ୍କର ମର ଶରୀରକୁ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଡାକ୍ତର ଖାନା ପକ୍ଷରୁ ସୂଚନା ମିଳି ଅଛି l ମୃତ ବୃଦ୍ଧ ଶ୍ରୀ ସ୍ୱାଇଁଙ୍କର ଦୁଇଟି ବିବାହିତା ପୁଅ ଓ ଦୁଇଟି ବିବାହିତା ଝିଅ ଅଛନ୍ତି l ଅଧିକ ତଦନ୍ତ ପାଇଁ ବୋଲଗଡ ପୋଲିସ ବାହିନୀ ଗିରଫ ଯୁବକଙ୍କୁ ପଚରାଉଚରା କରୁଅଛନ୍ତି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
