ଶିଶୁ ଚାଲାଣ ଉପରେ ସଚେତନତା କାର୍ଯ୍ୟ କ୍ରମ କରାଯାଇଥିଲା
ବିଶ୍ବ ଯୁବ କେନ୍ଦ୍ର ଦ୍ବାରା ପରିଚାଳିତ ଆକସେକ ଟୁ ଜଷ୍ଟିସ ପ୍ରକଳ୍ପ ଉଦ୍ୟମ ରେ ଅନୁଗୁଳ ବ୍ଲକ ବଲାସିଂଘା , ବଉଳିଗଡ,ଗ୍ରାମ ଠାରେ ଶିଶୁ ଚାଲାଣ, ବାଲ୍ୟ ବିବାହ ଓ ଶିଶୁ ଯୌନ ନିର୍ଯାତନା କିପରି ଭାବରେ ରୋକାଯାଇପାରିବ ଏକ ସଚେତନ ସଭା କରାଯାଇଛି | ଶିଶୁ ଚାଲାଣ ରୋକିବା ପାଇଁ କିପରି ପଦକ୍ଷେପ ନିଆଯାଇପାରିବ ସେ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ଓ ଉପରୋକ୍ତ ବିଷୟକୁ ନେଇ ଏକ କୁଇଜ ପ୍ରତିଯୋଗିତା କରାଯାଇଥିଲା
ପରି ଶେଷରେ କିଶୋରୀ ବାଳିକା ମାନେ ସେମାନଙ୍କର ଦକ୍ଷତା ଅନୁଯାଇ ନୃତ୍ୟ ଏବଂ ସଙ୍ଗୀତ ପରିବେଷଣ କରିଥିଲେ
ବିଶ୍ବ ଯୁବ କେନ୍ଦ୍ର ର ପ୍ରକଳ୍ପ ସହାୟିକା ସୋନାଲିସା ଶବର ଲକ୍ଷ୍ମୀ ବେହେରା ସଭା କୁ ପରିଚାଳନା କରିଥିଲେ |
