April 30, 2026

ଜଳମଗ୍ନ ଧାନ ବିଲ ଅନୁଧ୍ୟାନ କରିବା ପାଇଁ ପାଣିକାଦ ରେ ବୁଲିଲେ ଜିଲ୍ଲାପାଳ 

IMG-20251030-WA0027
Share

 

ଛତ୍ରପୁର ତା୩୦/୧୦/୨୫(ଅରୁଣ କୁମାର ପଣ୍ଡା )ବାତ୍ୟା ମୋନ୍ଥା ଗଞ୍ଜାମ ଜିଲ୍ଲା ଉପରୁ ଟଳି ଯାଇଛି ସତ କିନ୍ତୁ ଲଗାଣ ବର୍ଷା ଫଳରେ ନଦୀ ଜଳସ୍ତର ବୃଦ୍ଧି ହେତୁ ଋଷିକୁଲ୍ୟା ନଦୀର ତଳ ମୁଣ୍ଡରେ ଥିବା ବଡମାଧପୁର, ପୋଟଲାମପୁର, ପୋଡ଼ାପଦର ଓ ଅଗସ୍ତିନୂଆଗାଁ ପଞ୍ଚାୟତ ଚାଷୀଙ୍କ ଧାନ ଓ ପରିବା ଫସଲରେ ପାଣି ମାଡିଯାଇଛି l ସବୁଠାରୁ ନଦୀ ଶେଷରେ ଉପକୂଳରେ ଥିବା ଅଗସ୍ତିନୂଆଗାଁ କ୍ଷତିଗ୍ରସ୍ତ ହୋଇଛି l ଅତି ସୁନ୍ଦର ଫସଲ ହୋଇଥିଲା, ବର୍ତ୍ତମାନ ପୁଡ଼ା ଅବସ୍ଥାରେ ଥିବା ଅବସ୍ଥାରେ ଗ୍ରାମର ଶତପ୍ରତିଶତ ଜମି ଜଳମଗ୍ନ ହୋଇଯାଇଛି l ଫଳରେ ସମ୍ପୂର୍ଣ ରୂପେ ଧାନ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି l ଗଣମାଧ୍ୟମରୁ ଅନୁଭବ କରି ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତିଭାସନ୍ ନିଜେ ଓ ସାଙ୍ଗରେ ଉପ ଜିଲ୍ଲାପାଳ ଶିବାଶିଷ ବରାଳ ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତି ବିଡ଼ିଓ ସମ୍ବିତ ସଂଗ୍ରାମଜୀତ ସାହୁ ଏବଂ କୃଷି, ଉଦ୍ୟାନ ବିଭାଗର ଅଧିକାରୀଂକୁ ନେଇ ବର୍ଷାରେ ଧାନ ଜଳମଗ୍ନ ଅଞ୍ଚଳ କାଦପାଣିରେ ବୁଲି ବୁଲି ଅନୁଧ୍ୟାନ କରିଥିଲେ l ଏବଂ ଏହି ଗ୍ରାମର ଚାଷୀଙ୍କ ପାଇଁ କଣ କଲେ ବନ୍ୟା ଦାଉରୁ କମା ଯାଇପାରିବ ଚାଷୀଙ୍କ ସହ ଆଲୋଚନା କରିଥିଲେ l ଯଥା ଶୀଘ୍ର ଯୁଗ୍ମ ବିଭାଗୀୟ ଅଧିକାରୀମାନେ ମିଳିତ ଭାବେ ସଠିକ୍ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ l