April 27, 2026

୫୩ତମ ଆନ୍ତମହାବିଦ୍ଯାଳୟ ପୁରୁଷ କବାଡି ଟୁର୍ଣ୍ଣାମେଣ୍ଟ ଉଦଯାପିତ,ପିପୁଲ୍ସ କଲେଜ ଟିମ୍ ଚମ୍ପିଆନ୍ 

IMG-20241030-WA0036
Share

ବୁଗୁଡ଼ା : ତା ୩୦/୧୦/୨୪ : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଆନୁକୁଲ୍ୟରେ ପିପୁଲ୍ସ କଲେଜ ସ୍ପୋର୍ଟସ ଆସୋସିଏସନ ପକ୍ଷରୁ ଆୟୋଜିତ ଦ୍ବିଦିବସୀୟ ୫୩ତମ ଆନ୍ତମହାବିଦ୍ଯାଳୟ ପୁରୁଷ କବାଡି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ ୨୭ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଫାଇନାଲ ମ୍ଯାଚରେ ବୁଗୁଡା ପିପୁଲ୍ସ କଲେଜ ଦଳ ୪୪-୧୬ ପଏଣ୍ଟରେ କେନ୍ଦୁପଦର ଏନବିସି କଲେଜ ଦଳକୁ ହରାଇ ଚମ୍ପିୟନ ହୋଇଥିଲା । ଉକ୍ତ ଟୁର୍ଣ୍ଣାମେଣ୍ଟର ମ୍ୟାଚଗୁଡିକୁ ଆମ୍ପାୟର ଭଞ୍ଜ କିଶୋର ଗୌଡ, ହରିହର ବିଶ୍ବାଳ, ଅଂଶୁମାନ ବିଷୋୟୀ ଏବଂ ରେଫେରି ଅକ୍ଷୟ ନାୟକ ଓ ଦୀପକ ସେଠୀ

ପ୍ରମୁଖ ପରିଚାଳନା କରିଥିବା ବେଳେ ସ୍କୋରର୍ ଭାବେ ଦୀପକ କୁମାର ସାହୁ,ରୁଚିସ୍ମିତା ନାୟକ ଏବଂ ଲାଇନ୍ସମ୍ଯାନ୍ ଭାବେ ଶିବାଶିଷ ଶତପଥି, ସଞ୍ଜିବ ମହାରଣା, ବ୍ରଜବିହାରୀ ଦଳେଇ ପ୍ରମୁଖ ନିୟୋଜିତ ଥିଲେ । କଲେଜ ଅଧ୍ଯକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସ୍ପୋର୍ଟସ୍ କାଉନସିଲ୍ ସେକ୍ରେଟାରି ଶାରଦା ପ୍ରସାଦ ସାହୁ ଏବଂ ସମ୍ମାନିତ ଅତିଥି ଭାବେ ପିପୁଲ୍ସ କଲେଜ ଗଭର୍ଣ୍ଣିଂବଡି ପ୍ରେସିଡେଣ୍ଟ ରଜନୀ କାନ୍ତ ଭଟ୍ଟ ଯୋଗ ଦେଇ ଖେଳାଳିଙ୍କୁ ମାର୍ଗ ଦର୍ଶନ କରିଥିଲେ । ଏ ଅବସରରେ ଅତିଥିମାନଙ୍କ ଦ୍ବାରା ବିଜେତା ପିପୁଲ୍ସ କଲେଜ ଦଳକୁ ଓ୍ବିନର ଟ୍ରଫି ଏବଂ ଉପବିଜେତା କେନ୍ଦୁପଦର କଲେଜ ଦଳକୁ ରନର୍ ଟ୍ରଫି ପ୍ରଦାନ ସାଙ୍ଗକୁ ବେଷ୍ଟ ରାଡାର କିରଣ କୁମାର ଦୋରା , ବେଷ୍ଟ ଡିଫେଣ୍ଡର ଶୁଭଙ୍କର ଗୌଡ ଓ ବେଷ୍ଟ ଅଲରାଉଣ୍ଡର କୃତ୍ତିବାସ ପ୍ରଧାନଙ୍କୁ ମେଡାଲ ପ୍ରଦାନ କରାଯାଇଥିଲା । କଲେଜ ସ୍ପୋର୍ଟସ ଆସୋସିଏସନ ଉପସଭାପତି ସୁଶାନ୍ତ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ଟୁର୍ଣ୍ଣାମେଣ୍ଟକୁ କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର ଓ ଏମ୍.ଶ୍ରୀନିବାସ ଦୋରା ପରିଚାଳନା କରିଥିଲେ ।