April 29, 2026

ନବମ ଆୟୁର୍ବେଦ ଦିବସ ଓ ଧନ୍ମନ୍ତରୀ ଜୟନ୍ତୀ 

IMG-20241030-WA0031
Share

 

ସମ୍ବଲପୁର, ତା. ୩୦. ୧୦: ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକର ପଡିଆବାହାଲ ଠାରେ ନବମ ଆୟୁର୍ବେଦ ଦିବସ ଓ ଧନ୍ମନ୍ତରୀ ଜୟନ୍ତୀ ଆଜି ପାଳିତ ହୋଇଯାଇଛି।

 

କେଶରୀ ଔଷଧାଳୟ ଓ ଆରୋଗ୍ୟମ କ୍ଲିନିକ ପରିସରରେ ପଣ୍ଡିତ ଶିବ ଶଙ୍କର ପଣ୍ଡାଙ୍କ ପୌରହିତ୍ୟରେ ପୂଜାର୍ଚନା ହୋଇଥିବା ବେଳେ ଏଥିରେ ରାଧାମୋହନ ଷଡ଼ଙ୍ଗୀ ଓ ଶୈଳସୁତା ଷଡ଼ଙ୍ଗୀ କର୍ତ୍ତା ଦାୟିତ୍ୱ ସମ୍ପାଦନ କରିଥିଲେ।ଏହି ଅବସରରେ କବରପାଳିର ଦିଲୀପ ବଢ଼େଇ ଓ ପଡିଆବାହାଲ ର ନରେନ୍ଦ୍ର ବାରିକ ଓ ଶରତ ବାରିକଙ୍କ ଦଳ ଭାଗବତ ପରିବେଷଣ କରିଥିଲେ। ଆୟୋଜିତ ଉତ୍ସବ ରେ ଦେବଦତ୍ତ ପଣ୍ଡା, ରବି ନାରାୟଣ ବେହେରା, ଡା. ବିଶ୍ୱଜିତ ପଣ୍ଡା ପ୍ରମୁଖ ଅତିଥି ହିସାବରେ ଯୋଗଦାନ କରିଥିଲେ। ଅପରାହ୍ନରେ ଏକ ନିଶୁକ୍ଳ ଆୟୁର୍ବେଦ ଚିକିତ୍ସା ଶିବିର ଆରୋଗ୍ୟମ କ୍ଲିନିକ ଠାରେ ଅନୁଷ୍ଠିତ ହୋଇଥିଲା। ଡାକ୍ତର ରାଜାରାମ ଷଡ଼ଙ୍ଗୀ ଏଥିରେ ଚିକିତ୍ସା ପରାମର୍ଶ ଦେଇଥିବା ଦେଇଥିଲେ। ଏଠାରେ ସୂଚନା ଯୋଗ୍ୟଯେ କବିରାଜ ବଳଭଦ୍ର ଷଡ଼ଙ୍ଗୀଙ୍କ ସମୟରୁ ପାଖାପାଖି ୬୭ ବର୍ଷ ହେଲା ଏଠାରେ ଧନ୍ମନ୍ତରୀ ଜୟନ୍ତୀ ପାଳିତ ହୋଇ ଆସୁଥିବା ବେଳେ ଆୟୁର୍ବେଦ ର ପ୍ରଚାର ଓ ପ୍ରସାର ଦିଗରେ ଜୟନ୍ତୀ ପାଳନକୁ ଷଡ଼ଙ୍ଗୀ ପରିବାର ଅବ୍ୟାହତ ରଖିଛନ୍ତି।

You may have missed