September 30, 2024

ପିପୁଲ୍ସ କଲେଜରେ ଅଭିଭାବକ-ଶିକ୍ଷକ ବୈଠକ, ଛାତ୍ରଛାତ୍ରୀଙ୍କ ଆପାର ଆଇଡି ସମ୍ପର୍କେ ଆଲୋଚନା 

Share

 

ବୁଗୁଡ଼ା : ତା ୩୦/୦୯/୨୪ : ସ୍ଥାନୀୟ ପିପୁଲ୍ସ

କଲେଜ ପକ୍ଷରୁ ସମ୍ମିଳନୀ କକ୍ଷରେ ଅଭିଭାବକ-ଶିକ୍ଷକ ସଂଘର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ବୈଠକରେ ଆଇକ୍ୟୁଏସି ସଂଯୋଜକ ଅଧ୍ୟାପକ ଅକ୍ଷୟ କୁମାର ସାହୁ, ଆଡମିନିଷ୍ଟ୍ରେସନ ବରସାର ପ୍ରଦୀପ କୁମାର ଦାଶ, ଅଧ୍ୟାପକ ଆତ୍ମ ପ୍ରକାଶ ନାୟକ ଓ ଅଧ୍ୟାପିକା ଅନୀତା ଦେବୀଙ୍କ ସମେତ +୨ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଯୋଗ ଦେଇଥିଲେ । ଉକ୍ତ ବୈଠକ କାଳରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଛାତ୍ରଛାତ୍ରୀଙ୍କର ଅଟୋମେଟିଡ୍ ପରମାନେଣ୍ଟ ଆକାଡ଼େମିକ୍ ଆକାଉଣ୍ଟ୍ ରେଜିଷ୍ଟ୍ରି (ଆପାର) ଆଇଡି ଖୋଲିବା ନିମନ୍ତେ ଅଭିଭାବକମାନଙ୍କୁ ଅଗଗତ କରାଯାଇଥିଲା। ଏଥି ସହ ଏ ନେଇ ଆବଶ୍ୟକୀୟ ଫର୍ମ ପ୍ରଦାନ ସାଙ୍ଗକୁ ପୂରଣ ପଦ୍ଧତି ସମ୍ପର୍କରେ ଅଭିଭାବକମାନଙ୍କୁ ସଚେତନ କରାଯାଇଥିଲା।

ଏହି ଆପାର ଆଇଡିରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ, ଜାତିଗତ, ବାସସ୍ଥାନ ଆଦି ସାଙ୍ଗକୁ ଅନ୍ୟାନ୍ୟ ପ୍ରମାଣପତ୍ର ଏଥିରେ ଉପଲବ୍ଧ ରହିବ ଯାହାକି ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କ୍ଷେତ୍ରରେ ସହାୟକ ହେବା ନେଇ ସୂଚନା ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଏକାଡେମିକ୍ ବରସାର ଅଧ୍ୟାପକ ସୁଶାନ୍ତ କୁମାର ସାହୁ ପରିଚାଳନା କରିଥିବା ବେଳେ ଏଥିରେ କିରାଣି ଚିତ୍ରସେନ ପ୍ରଧାନ ଓ ହର ପ୍ରସାଦ ମହାପାତ୍ର ସକ୍ରିୟ ସହଯୋଗ କରିଥିଲେ।